ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି। ଶେଷ ଦିନରେ ବରଗଡ଼ ଧନୁଯାତ୍ରା ପାଇଁ ମିଳିଛନ୍ତି କଂସ ମହାରାଜ। ଚଳିତ ବର୍ଷ କଂସ ହେବେ ହୃଷିକେଶ ଭୋଇ। ହୃଷିକେଶ ଭୋଇ ୯ ବର୍ଷ ବରଗଡ଼ ଧନୁଯାତ୍ରାରେ କଂସ ହେବାର ସୌଭାଗ୍ୟ ପାଇସାରିଛନ୍ତି। ପୂର୍ବରୁ ସେ ୨୦୦୯ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଲଗାତର ନିଜର ଅଭିନୟ ଦକ୍ଷତା ପ୍ରତିପାଦନ କରିଥିଲେ।

କଂସଙ୍କ ଭୂମିକାରେ ଅଭିନୟ କରିବା ପାଇଁ ଚଳିତ ବର୍ଷ ପ୍ରାୟ ୪୩ ଜଣ ପ୍ରତିଯୋଗୀ ଅଡିସନ ଦେଇଥିଲେ। ତିନିଟି ପର୍ଯ୍ୟାୟରେ ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଚୟନ ହୋଇଥିଲେ। ନଭେମ୍ବର ୧୦ ତାରିଖ ଶେଷ ଦିନରେ କଂସ ମହାରାଜା ଚରିତ୍ର ପାଇଁ କଳାକାର ଚୟନ ହୋଇଥିଲେ। ୭ ଜଣ ବିଚାରକ ହୃଷିକେଶ ଭୋଇଙ୍କ ନାଁରେ ମୋହର ମାରିଛନ୍ତି। ଆସନ୍ତା ୩ ବର୍ଷ ପାଇଁ ବରିଷ୍ଠ ମଞ୍ଚ କଳାକାର ହୃଷିକେଶ ଭୋଇ କଂସ ଭୂମିକା ନିମନ୍ତେ ମନୋନୀତ ହୋଇଛନ୍ତି।

ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏ ବର୍ଷ ପାଳନ ହେବ ହୀରକ ଜୟନ୍ତୀ। ଏଥିପାଇଁ ଜୋରସୋର ଆୟୋଜନ ଆରମ୍ଭ ହୋଇଛି। ଆସନ୍ତା ଡିସେମ୍ବର ୨୭ ତାରିଖରୁ ୨୦୨୩ ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ।

Tags: #BargarhDhanujatra #Artist #Audition #KansaMaharaj #HrusikeshBhoi

Comment