ଓଡ଼ିଶାଲାଇଭ୍ ବ୍ୟୁରୋ

ଅଶୋକ ପଣ୍ଡାରୁ ଆଇଶା ପଣ୍ଡାର ଯାତ୍ରା ତାଙ୍କ ପାଇଁ ସହଜ ନଥିଲା। ନିଜେ ନିଜକୁ ଜାଣିବା ପୂର୍ବରୁ ସମାଜ ତାଙ୍କୁ ମାଇଚିଆର ନାଁ ଦେଇଦେଇଥିଲା। ନିଜର ପରିଚୟ ପାଇଁ ତାଙ୍କୁ ସମାଜ ଓ ପରିବାର ସହ ଖୁବ ଲଢ଼ିବାକୁ ପଢ଼ିଥିଲା। କିନ୍ନର ବୋଲି ସେ ଯେଉଁ ଟାହି ଟାପରା ଶୁଣୁଥିଲେ, ସେଥିରେ ସେ ହାର ମାନି ନଥିଲେ ବରଂ ଲଢ଼ିଥିଲେ।

“ପିଲାବେଳୁ ମତେ ଝିଅଙ୍କ ସହ ସାଙ୍ଗ ହେବାକୁ ଭଲ ଲାଗୁଥିଲା। ସେମାନଙ୍କ ଭଳି ସଜ ହେବାକୁ ଭଲ ଲାଗୁଥିଲା। ସେତେବେଳେ ମୁଁ ଟ୍ରାନ୍ସଜେଣ୍ଡର କ’ଣ ଜାଣିନଥିଲି। ଧୀରେ ଧୀରେ ବୟସ ବଢ଼ିବା ସହ ବୁଝିପାରିଲି ମୁଁ ଜଣେ କିନ୍ନର”, କହନ୍ତି କିନ୍ନର ଆଇଶା ପଣ୍ଡା।

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ କିନ୍ନର ବୋଲି ପରିବାର ଲୋକ ଓ ବନ୍ଧୁବାନ୍ଧବ ସହଜରେ ଏ କଥାକୁ ଗ୍ରହଣ କରିନଥିଲେ। ମୋ ପାଇଁ ଘରେ ସବୁବେଳେ ଚିନ୍ତାର ମାହୋଲ ଥାଏ। ତା’ ଭିତରେ ବି ମୁଁ ସମସ୍ତଙ୍କ କଥା ଶୁଣି ନିଜ ପାଠପଢ଼ା ପ୍ରତି ଧ୍ୟାନ ଦେଲି। ମୋ ପାଠପଢ଼ା ସହିତ ନିଜ ପରିଚୟକୁ ନେଇ ସଂଘର୍ଷ ମଧ୍ୟ ଜାରି ରଖିଥିଲି।”

ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ଆଇଶା ଘରୁ ପାଦ କାଢ଼ି ଭୁବନେଶ୍ଵର ଆସିଲେ। ଚାଟାର୍ଡ ଆକାଉଣ୍ଟାଣ୍ଟ୍ ପାଠ ପଢ଼ିବା ପାଇଁ ଆଇଶାଙ୍କ ଖୁବ ଇଚ୍ଛା ଥିଲା। ହେଲେ ଆର୍ଥିକ ଅବସ୍ଥା ଠିକ୍ ନଥିବାରୁ ସେ ପାଠପଢ଼ା ଅଧାରୁ ଛାଡ଼ିଥିଲେ। ଭୁବନେଶ୍ଵର ସହରରେ ଚଳିବା ପାଇଁ ସେ ପାର୍ଟ ଟାଇମ ଚାକିରି କଲେ।

ସେଥିରେ ବି ତାଙ୍କ ଗୁଜୁରାଣ ନ ମେଣ୍ଟିବାରୁ ବହୁ ସଂଘର୍ଷ ପରେ ସେ ମୀରା ମା’ ଓ ସାଧନା ମା’ଙ୍କ ସଂସ୍ପର୍ଶରେ ଆସିଥିଲେ। କିନ୍ନର ସଂଗଠନରୁ ସେ ପ୍ରେରଣା ପାଇ ନିଜ ଜୀବନରେ ଆଗେଇ ବା ସହ ନିଜ ଲିଙ୍ଗ ପରିବର୍ତ୍ତନ କରି ସମ୍ପୂର୍ଣ୍ଣ ନାରୀ ବେ ନୂତନ ଜନ୍ମ ପାଇଥିବା ସେ କହିଛନ୍ତି।

ଓଡ଼ିଶାଲାଇଭ୍ ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ କିନ୍ନର ଆଇଶା ପଣ୍ଡାଙ୍କ ସଂଘର୍ଷର ପୂରା କାହାଣୀ।…

Tags: #KinnarAyeshaPanda #KinnarLife #Transgender #OdishaNews #OdishaLive

Comment