ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଓଜେଏସ-୨୦୨୧ ପରୀକ୍ଷା ଫଳାଫଳ। ଓଜେଏସ ପରୀକ୍ଷାରେ ଟପ୍ ୩ରେ ଝିଅ ରହିଥିବାବେଳେ ଟପ୍ପର ହୋଇଛନ୍ତି ଆଦ୍ୟାଶା ମିଶ୍ର। ଏହି ପରୀକ୍ଷାରେ ମଧ୍ୟ ପୁଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅ।

ଶୁକ୍ରବାର ଦିନ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍) ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ (ଓପିଏସସି) ୱେବସାଇରେ ଏହି ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ଏଥର ଓଜେଏସ୍ ପରୀକ୍ଷାରେ ସଫଳ ହୋଇଛନ୍ତି ମୋଟ ୫୦ ଜଣ ପରୀକ୍ଷାର୍ଥୀ।ଆଦ୍ୟାଶା ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ଵିତୀୟରେ ରହିଛନ୍ତି ଚେତନା ପଟ୍ଟନାୟକ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଏ. ଗୀତାଞ୍ଜଳି ନାଇଡୁ। ଏହି ପରୀକ୍ଷାରେ ଟପ୍ ୪ରୁ୧୦ ମଧ୍ୟରେ ରହିଛନ୍ତି ବିଭୂପ୍ରସାଦ ନାୟକ, ସୁସ୍ମିତା ରଥ, ରାଜଲକ୍ଷ୍ମୀ ମହାନ୍ତି, ରାଜେଶ ମିଶ୍ର, ସୁସ୍ମିତା ମିଶ୍ର, ସୀତେଶ ମହାନ୍ତି ଏବଂ ବିନାୟକ ପ୍ରସାଦ ସାହୁ।

Tags: #Education #Success #Achievement #OJSExam

Comment