ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡର ଜଣାଶୁଣା ଅଭିନେତ୍ରୀ ଉଷଶୀ ମିଶ୍ର । ମଡେଲିଂରୁ ଅଭିନୟ ଦୁନିଆକୁ ଆସିଥିଲେ। ସେ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ, କିନ୍ତୁ ସିନେମାରେ ନାଚ କରିବାବେଳେ ତାଙ୍କୁ ଭାରି ଲାଜ ଲାଗେ। ଏମିତି କାହିଁକି ବୋଲି ପଚାରିବାରୁ ସେ କୁହନ୍ତି…“ମୁଁ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ। ଏଥିପାଇଁ ମୁଁ ଜାତୀୟ ପୁରସ୍କାର ମଧ୍ୟ ପାଇଛି, କିନ୍ତୁ ମତେ ସିନେମା ନାଚ ନାଚିବା ବେଳେ ଭାରି ଲାଜ ମାଡ଼େ। ନୂଆ ନୂଆ ସିନେମା କରୁଥିଲି, ଭଲରେ ଫିଟି ନଥିଲି ତେଣୁ ନାଚ ମୋ ଦ୍ଵାରା ହେଉନଥିଲା। ଏମିତିକି ଯେଉଁ ଚରିତ୍ରରେ ନାଚ ନଥିବ ମୁଁ ସେହି ଚରିତ୍ର କରିବାକୁ ଚାହୁଁଥିଲି”।

ସେ ଆହୁରି ମଧ୍ୟ କୁହନ୍ତି, ଓଡ଼ିଆ ସିନେମା ଜଗତରେ ଗୋଟେ ସମୟରେ ରଚନା ବାନାର୍ଜୀଙ୍କର ଖୁବ ଦବଦବା ଥିବା। ତାଙ୍କ ଅଭିନୟ, ନୃତ୍ୟ, ଅଙ୍ଗଭଙ୍ଗୀ ଖୁବ ଉଚ୍ଚକୋଟିର ଥିଲା। ଦର୍ଶକ ତାଙ୍କୁ ଖୁବ ଭଲ ମଧ୍ୟ ପାଉଥିଲେ। ତେଣୁ ସେ ଓଡ଼ିଆ ସିନେମାରେ ଥିବା ଭିତରେ ଅନ୍ୟ ଅଭିନେତ୍ରୀମାନଙ୍କୁ ଏତଟା ସୁଯୋଗ ମିଳୁନଥିଲା। ରଚନା ଓଡ଼ିଆ ସିନେମା ଛାଡ଼ିବା ପରେ ଅନ୍ୟମାନଙ୍କୁ ସୁଯୋଗ ମିଳିଲା। ସେ ଯିବା ପରେ ପ୍ରଥମେ ମାମା ମିଶ୍ର, ଅନୁ ଚୌଧୁରୀ, ଶ୍ଵେତା ମଲ୍ଲିକ, ଜ୍ୟୋତି ମିଶ୍ର ଓ ଶେଷରେ ମୋତେ ସୁଯୋଗ ମିଳିଥିଲା।”

ଓଡ଼ିଆ ସିନେମା ଛଡ଼ା ଉଷଶୀ ବଙ୍ଗଳା ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ବଙ୍ଗାଳୀ ସିନେମାରେ ନିଜ ଡେବ୍ୟୁ ବିଷୟରେ ଉଶଷୀ କୁହନ୍ତି ଯେ, “ମିଥୁନ ଚକ୍ରବର୍ତ୍ତୀ ‘ଏ ଯୁଗର କୃଷ୍ଣ ସୁଦାମା’ ଚଳଚ୍ଚିତ୍ର କରିବା ପାଇଁ ଓଡ଼ିଶା ଆସିଥିଲେ। ମୁଁ ହିରୋଇନର ଭଉଣୀ ଭୂମିକାରେ ଅଭିନୟ କରୁଥିଲେ। ମିଥୁନ ଚକ୍ରବର୍ତ୍ତିୀ ଓଡ଼ିଆ ଚଳଚ୍ଚିତ୍ର କରିବା ସହ ନିଜର ଏକ ବଙ୍ଗାଳୀ ସିନେମା ପାଇଁ ହିରୋଇନ ଖୋଜୁଥିଲେ। ସେ ମୋତେ ତାଙ୍କ ଫିଲ୍ମର ହିରୋଇନ ହେବାକୁ ପ୍ରସ୍ତାବ ଦେଇଥିଲେ। ପ୍ରଥମେ ମୁଁ ମନା କରିଦେଇଥିଲି କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ତାଙ୍କ ସହ ବଙ୍ଗଳା ଫିଲ୍ମରେ ଅଭିନୟ କରିଥିଲି। ମିଥୁନ ଦାଦାଙ୍କ ସହିତ ସେହି ବଙ୍ଗଳା ଫିଲ୍ମ ହେଉଛି ମୋ ପ୍ରଥମ ଏବଂ ଶେଷ ଫିଲ୍ମ। ତା’ ପରେ ମୁଁ ଆଉ ୭ଟା ବଙ୍ଗଳା ସିନେମା କାମ କରିଛି। ”

ଅଭିନେତ୍ରୀ ଉଷଶୀ ମିଶ୍ର। ଓଡ଼ିଆ ସିନେମା ଓ ଟେଲିଭିଜନ ଜଗତର ଏକ ଚର୍ଚ୍ଚିତ ଚେହେରା। ନିଜ ନିଖୁଣ ଅଭିନୟ ପାଇଁ ସେ ଅନେକ ପ୍ରଂଶସା ସାଉଁଟିଛନ୍ତି। ସିନେମା ଓ ଟେଲିଭିଜନ ପରେ ଯାତ୍ରାରେ ଅଭିନୟ କରିବା ଆରମ୍ଭ କଲେ। ନିଜ ଯାତ୍ରା ଅଭିନୟ ବିଷୟରେ ଅନେକ ଖଟା ମିଠା ସ୍ମୃତି ସେୟାର କରିଛନ୍ତି ଉଷଶୀ ମିଶ୍ର। ଦେଖନ୍ତୁ ସଂପୂର୍ଣ୍ଣ ଭିଡିଓ…

Tags: #UsasiMishra #OdiaActress #Dance #TrainedClassicalDance #Ollywood

Comment