ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷ ଦିନରେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ଦଳର ବହୁ ବରିଷ୍ଠ ନେତା ଏବଂ କର୍ମୀଙ୍କ ଗହଣରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବର୍ଷା।

ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ମାଣ୍ଡୋସିଲ ନିକଟ ବୁଢ଼ାରାଜା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସେ ପିତା ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଆଶୀର୍ବାଦ ନେଇଥିଲେ।

ବୁଧବାର ଦିନ ବର୍ଷା ସିଂ ବରିହା ପଦ୍ମପୁର ଉପନିର୍ବାଚନ ମଣ୍ଡଳୀର ଜୋନ ସ୍ତରୀୟ ନିର୍ବାଚନୀ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଦଳର ହେଭିଓ୍ଵେଟ ନେତାଙ୍କ ଗହଣରେ ପଦ୍ମପୁରବାସୀଙ୍କ ଆଶୀର୍ବାଦ କାମନା କରିଥିଲେ। ଏହା ସହ ଭୋଟ ଦେଇ ତାଙ୍କୁ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ।  

ପଦ୍ମପୁର ଉପନିର୍ବାଚ ଲାଗି ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ଆସନ୍ତା ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୧ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ଏବଂ ୮ ତାରିଖରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ।

ପଦ୍ମପୁର ବିଧାୟକ ବିଜୟ ରଞ୍ଜ ସିଂ ବରିହାଙ୍କ ବିୟୋଗ ପରେ ଖାଲିପଡ଼ିଥିବା ପଦ୍ମପୁର ଆସନ ଲାଗି ଉପନିର୍ବାଚନ ହେବାକୁ ଯାଉଛି।

Tags: #Politics #OdishaPolitics #PadampurPolitics #Byelection #BJD #Nomination #BarsaRaniSinghBariha

Comment