ଓଡ଼ିଶାଲାଇଭ୍ ବ୍ୟୁରୋ

 ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କର ପରଲୋକ ହୋଇଛି । ହୃଦଘାତରେ ୮୧ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଅବସର ବେଉରିଆଙ୍କ ପରଲୋକ ନେଇ ପତ୍ନୀ ତୃପ୍ତି ବେଉରିଆ ସୂଚନା ଦେଇଛନ୍ତି।

ବୁଧବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରି ବେଶ୍‌ ସୁନାମ ଅର୍ଜନ କରିଥିଲେ ଅବସର ବେଉରି‌ଆ। ସେ ମାଡାଗାସ୍କରରେ  ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ। ଏହାବାଦ ସେ ଜାପାନ, ରୁଷିଆ, ଆମେରିକା, ୟୁଏଇ, ମିଆଁମାର ଓ ଶ୍ରୀଲଙ୍କା ଭଳି ଦେଶମାନଙ୍କରେ ଭାରତୀୟ ବୈଦେଶିକ ବିଭାଗ ତରଫରୁ କାର୍ଯ୍ୟରତ ଥିଲେ।

ବୈଦେଶିକ ବିଭାଗରେ  କାର୍ଯ୍ୟ କରିବା ପୂର୍ବରୁ ସେ ଅଧ୍ୟାପକ ଓ ବ୍ୟାଙ୍କ ଅଫିସର ଭଳି ପଦବୀରେ କାର୍ଯ୍ୟ କରିଥିଲେ।  ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ଶାସ୍ତ୍ରରେ ଏମ.ଏ କରିଥିଲେ।

ଅବସର ବେଉରିଆ ଜଣେ ଭଦ୍ର ନମ୍ର ଓ ଅମାୟିକ ବ୍ୟକ୍ତିତ୍ୱ ଭାବରେ ବେଶ ଲୋକପ୍ରିୟ ଥିଲେ। ଅବସର ଗ୍ରହଣ କରିବା ପରେ ମଧ୍ୟ ଓଡ଼ିଆ ପୁଅ ଭାବରେ ଓଡ଼ିଶା ମାଟିର ବିଭିନ୍ନ ଉନ୍ନତିମୂଳକ ସାମାଜିକ କାର୍ଯ୍ୟରେ ସେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହୁଥିଲେ।

Tags: #Abasarbeuria #Retireddiplomat #Heartattack #Odisha

Comment