ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ବିବାଦରେ ଦିଲ୍ଲୀ ସରକାର। ବେଆଇନ ଅର୍ଥ କାରବାର ଅଭିଯୋଗରେ ତିହାର ଜେଲରେ ଥିବା ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମସାଜ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜେଲ ଭିତରେ ମନ୍ତ୍ରୀ ଆରାମରେ ଶୋଇଥିବାବେଳେ ଦୁଇ ଜଣ ତାଙ୍କ ସେବାରେ ଲାଗିପଡ଼ିଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ରାଜନୈତିକ ଆକ୍ରମଣ ଆରମ୍ଭ ହୋଇଛି।

ତିହାର ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଖଟ ଉପରେ ଆରାମ କରୁଥିବାବେଳେ ଜଣେ ଗୋଡ଼ ମାଲିସ କରୁଛି ଏବଂ ଅନ୍ୟ ଜଣେ ମୁଣ୍ଡ ପାଖରେ ବସି ମନ୍ତ୍ରୀଙ୍କର ଆଙ୍ଗୁଠି ଫୁଟାଇ ଦେଉଛି। ଏହିଭଳି ଦୃଶ୍ୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ଏହି ଭିଡିଓ ପରେ ଦିଲ୍ଲୀ ଆପ ସରକାରଙ୍କୁ ସିଧା ଟାର୍ଗେଟ କରିଛି ବିଜେପି।

ଦିଲ୍ଲୀର ସବୁଠୁ ପାୱାରଫୁଲ ମନ୍ତ୍ରୀ ହେଉଛନ୍ତି ସତ୍ୟେନ୍ଦ୍ର ଜୈନ। ବେଆଇନ ଭାବେ ତିନି କମ୍ପାନିକୁ ଅନୁକମ୍ପା ଦେଖାଇ ଲାଞ୍ଚ ନେବା ଅଭିଯୋଗରେ ଇଡି ତାଙ୍କୁ ଗିରଫ କରିଥିଲା। ସେ ଏବେ ତିହାର ଜେଲରେ। ଜେଲ ଭିତରେ ବାବୁଙ୍କୁ ଏଭଳି ସେବା ମିଳିବା ଭିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Tags: #Politics #IndianPolitics #AAP #BJP #SatyendraJain #TiharJail

Comment