ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ସରିଥିବାବେଳେ ଏବେ ଚାଲିଛି ପ୍ରଚାର ପ୍ରସ୍ତୁତି। ଶୁକ୍ରବାର ଦିନ ବିଜେଡି ଏବଂ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଥିବାବେଳେ କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଛି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା। କିନ୍ତୁ ତାଲିକାରୁ ବାଦ ପଡ଼ିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ।

କଂଗ୍ରେସର ୪୦ ଜଣିଆ ଷ୍ଟାର ତାଲିକାରେ ରହିଛନ୍ତି କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଜୟଦେବ ଜେନା, ସୁରେଶ ରାଉତରାୟ, ପ୍ରସାଦ ହରିଚନ୍ଦନ, ଚିରଞ୍ଜୀବ ବିଶ୍ଵାଳ ଏବଂ ଭକ୍ତ ଦାସ ପ୍ରମୁଖ।

ପୂର୍ବ ପରି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡ଼ିଛନ୍ତି ମହମ୍ମଦ ମୋକିମ। ମୋକିମଙ୍କୁ ଧାମନଗର ଉପନିର୍ବାଚନ ସମୟରେ ଜାରି କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ସ୍ଥାନ ମିଳିନଥିଲା। ଦଳର ନିଷ୍ପତ୍ତି ବିରୋଧରେ ଯାଇ ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବା ଘଟଣାକୁ ନେଇ ମୋକିମଙ୍କୁ ଦଳ ଅଣ ଦେଖା କରୁଥିବା ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #Congress #StarCampaigner #MohammadMoquim

Comment