ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ସନ୍ଧ୍ୟା ୫ଟାରେ ବାବୁସାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦମନ’ ଲୋକସେବା ଭବନର କନଭେନସନ ହଲରେ ପ୍ରଦର୍ଶିତ ହେବ। ଏହି ଚଳଚ୍ଚିତ୍ରଟିକୁ ଯୁଗ୍ମ ସଚିବ ପାହ୍ୟାରୁ ଉଚ୍ଚ ଅଧିକାରୀମାନେ ଦେଖିବେ। ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହା ପୂର୍ବରୁ ଚଳଚ୍ଚିତ୍ର ‘ଦମନ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ ଘୋଷଣା କରିଛନ୍ତି। ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ପର୍ଯାବେଶିତ ଚଳଚ୍ଚିତ୍ର ଦମନ ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜଭୁତ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
କୋଭିଡ ମହାମାରୀ ସମୟରେ ରାଜ୍ୟ ସରକାର ଯେଭଳି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ସେବା ଯୋଗାଇଲେ, ସେଭଳି କାମ ଆଗେଇଲେ ଏକ ସୁସ୍ଥ ଓ ସଚେତନ ସାମାଜର ବିକାଶ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରାୟ ୧ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରର ସମସ୍ତ ସୋ’ ଦୁଇ ସପ୍ତାହ ହେଲା ହାଉସ୍ଫୁଲ୍ ରହିବା ସହ ଭଲ ବ୍ୟ ବସାୟ ମଧ୍ୟ କରୁଛ। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି, ତାହା ଦମନ ଚଳଚ୍ଚିତ୍ରର ଚିତ୍ରିତ କରାଯାଇଛି। ଏବେ ଏହି ଚଳଚ୍ଚିତ୍ର ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି।
ଏଥିରେ ଅଭିନେତା ବାବୁସାନ୍ ମହାନ୍ତି ଓ ଅଭିନେତା ଦୀପନ୍ବିତ ଦାଶମହାପାତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିନା ହିରୋଇନ୍, ଆଇଟମ୍ ଗୀତ, ଫାଇଟ୍ ନଥାଇ ମଧ୍ୟ ଚଳଚ୍ଚିତ୍ର ସଫଳତାର ଶୀର୍ଷରେ ପହଞ୍ଚି ଏକ ନିଆରା ପାରିଛି।

Tags: #Cinema #OdiaCinema #Daman #Entertainment #LoksebaBhawan

Comment