ଓଡ଼ିଶାଲାଇଭ୍ ବ୍ୟୁରୋ

 

ରାଜଧାନୀ ଭୁବନେଶ୍ଵରକୁ ଖୁବଶୀଘ୍ର ଆସିବ ଆଉ ୪୦ଟି ଇ-ବସ୍। CRUT ବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ନୂଆ ୪୦ଟି ଇଲେକ୍ଟ୍ରିକ୍ ବସ୍‌ ଆସିଲେ ରାଜଧାନୀରେ ବସ୍‌ ସଂଖ୍ୟା ୫୦କୁ ବୃଦ୍ଧି ପାଇବ। ସେହପରି ହକି ବିଶ୍ୱକପ ପୂର୍ବରୁ ଷ୍ଟିଲ ସିଟି ରାଉରକେଲାରେ ଗଡ଼ିବ ମୋ ବସ୍।

ରାଉରକେଲାକୁ ୨୫ଟି ମୋ ବସ୍‌ ଯୋଗାଇ ଦିଆଯିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ CNG ବସ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କ୍ରୁଟ୍‌ ଏହି ପଦକ୍ଷେପ ନେଇଛି ବୋଲି କ୍ରୁଟ ଏମଡି ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।

Tags: #MoBus #CRUT #Bhubaneswar #BijayAmrutaKulange #40E-Bus #Odisha #BMC

Comment