ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): “ବର୍ତ୍ତମାନ କ୍ୟାନ୍ସରକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି। କାରଣ ଏହି ରୋଗରେ ପୀଡ଼ିତ ଅଧିକାଂଶ ଲୋକ ମୃତ୍ୟୁ କବଳରୁ ରକ୍ଷା ପାଆନ୍ତି ନାହିଁ। ଉପଯୁକ୍ତ କ୍ୟାନ୍ସର ଦ୍ଵାରା ଜଣେ କ୍ୟାନ୍ସର ପୀଡ଼ିତା ଭଲ ହୋଇପାରୁଛନ୍ତି। ତେଣୁ କ୍ୟାନ୍ସରକୁ ଡରନ୍ତୁ ନାହିଁ, କ୍ୟାନ୍ସର ସହ ଲଢ଼ନ୍ତୁ”, ଏହିଭଳି ବାର୍ତ୍ତା ଦେଇଛନ୍ତି କ୍ୟାନ୍ସରରୁ ସୁସ୍ଥ ହୋଇଥିବା ବିଶାଖାପାଟଣାର କିଛି ମହିଳା।

ପୂର୍ବରୁ ଡାକ୍ତରଖାନା ଏବଂ ଚିକିତ୍ସାର ଅଭାବ ଯୋଗୁଁ ଅଧିକାଂଶ କ୍ୟାନ୍ସର ପୀଡ଼ିତଙ୍କର ମୃତ୍ୟୁ ହେଉଥିଲା। ବର୍ତ୍ତମାନ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏହି ରୋଗରେ ପୀଡ଼ିତ ହେଉଛନ୍ତି। କ୍ୟାନ୍ସର ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ରୋଗୀକୁ ପ୍ରାଣ ହରାଇବାକୁ ପଡ଼ୁଛି। ଠିକ୍ ସମୟରେ ଏହି ରୋଗକୁ ଚିହ୍ନଟ କରି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଇଲେ ଏହି ରୋଗ ଭଲ ହେଇପାରିବ। କ୍ୟାନ୍ସର ରୋଗର ଚିକିତ୍ସା ବର୍ତ୍ତମାନ ସମୟରେ ଅତ୍ୟନ୍ତ ସହଜ ଓ ଏଥିରୁ ଜଣେ ରୋଗୀ ବଞ୍ଚିପାରିବ। କ୍ୟାନ୍ସକୁ ଡରିବା ନାହିଁ, ବରଂ ଏବେ କ୍ୟାନ୍ସର ସହିତ ଲଢ଼ିବାର ସମୟ ଆସିଛି ବୋଲି କ୍ୟାନ୍ସର ରୋଗରୁ ସୁସ୍ଥ ହୋଇଥିବା କିଛି ମହିଳା କହିଛନ୍ତି।

ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଭିନ୍ନ ଭିନ୍ନ କ୍ୟାନ୍ସର ରୋଗର ଚିକିତ୍ସା କରି ସୁସ୍ଥ ହୋଇଛନ୍ତି କିଛି ମହିଳା। ସେମାନେ ଏବେ ନିଜ ପରିବାର ସହ ହସଖୁସୀରେ ଜୀବନ ବିତାଉଛନ୍ତି। କ୍ୟାନ୍ସରରୁ ସୁସ୍ଥ ହୋଇଥିବା ମହିଳାମାନଙ୍କୁ ନେଇ ସମ୍ପୃକ୍ତ ହସ୍ପିଟାଲ ପକ୍ଷରୁ ‘ଭିକ୍ଟୋରିୟସ ଭନିଥାଲୁ’ ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ୧୦୦ରୁ ଊର୍ଦ୍ଧ୍ଵ ସୁସ୍ଥ ହୋଇଥିବା କ୍ୟାନ୍ସର ପୀଡ଼ିତା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶାଖାପାଟଣା ମେୟର ହରୀ ଭେଙ୍କଟ କୁମାରୀ ଓ ବିଶିଷ୍ଟ କ୍ୟାନ୍ସର ଚିକିତ୍ସକ ଡାକ୍ତର ସୁମନ ଦାସ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଡାକ୍ତର ସୁମନ ଦାସ କହିଛନ୍ତି ଯେ, “କ୍ୟାନ୍ସର ରୋଗର ନିରାକରଣ ବର୍ତ୍ତମାନ ସମୟରେ ଅତ୍ୟନ୍ତ ସହଜ। ପ୍ରାରମ୍ଭିକ ସ୍ତରରୁ ଏହି ରୋଗକୁ ଚିହ୍ନଟ କରାଗଲେ ଜଣେ ରୋଗୀ ଚିକିତ୍ସା ଦ୍ଵାରା ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବ। ସର୍ବ ପ୍ରଥମେ କ୍ୟାନ୍ସର ପୀଡ଼ିତଙ୍କୁ ନିଜ ମନୋବଳ ଦୃଢ଼ କରିବାକୁ ପଡ଼ିବ। ସେମାନଙ୍କ ମନୋବଳ ଦୃଢ଼ ପାଇଁ ଅନ୍ୟମାନଙ୍କର ସହଯୋଗ ମଧ୍ୟ ଦରକାର।”

ନୂଆ ନୂଆ ଜ୍ଞାନକୌଳ ଏବଂ ନୂତନ ଚିକିତ୍ସ ପଦ୍ଧତି ଦ୍ଵାରା କ୍ୟାନ୍ସର ରୋଗର ସଫଳ ଚିକିତ୍ସା ସମ୍ଭବ ହୋଇପାରୁଛି। ତେଣୁ ପୀଡ଼ିତ ଏବଂ ତାଙ୍କ ପରିବାରକୁ ଏହି ରୋଗକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଦାସ।

Tags: #Vishakhapatnam #Hospital #Cancer #CancerFighter #HealthCare #Treatment

LEAVE A REPLY

Please enter your comment!
Please enter your name here