ଓଡ଼ିଶାଲାଇଭ୍ ବ୍ୟୁରୋ

୧୦ ଲକ୍ଷ ରୋଜଗାର ଯୋଜନା ଅନ୍ତର୍ଗତ ମଙ୍ଗବାର ଦିନ ରୋଜଗାର ମେଳାରେ ପ୍ରାୟ ୭୧ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଡବଲ ଇଂଜିନ ସରକାରଙ୍କ ଯୋଗୁଁ ଏବେ ଡବଲ ଫାଇଦା ହେବ। ଦେଶରେ ରୋଜଗାର ବଢ଼ିବ।”

ଆଜି ସାରା ଦେଶର ୪୫ଟି ସହରରେ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବିତରଣ କରାଯାଇଛି। ଏହା ଦ୍ଵାରା ଦେଶର ବିକାଶରେ ନୂତନ ଶକ୍ତି ସଞ୍ଚାର ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଯୁବଶକ୍ତିଙ୍କ ପାଇଁ ନୂତନ ସୁଯୋଗ ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଯାହା ଫଳରେ ଯୁବପିଢ଼ିଙ୍କୁ  ନିଜ ପ୍ରତିଭାର ପ୍ରତିପାଦନ କରିବାକୁ ଉପଯୁକ୍ତ ପ୍ଲାଟର୍ଫମ ମିଳିପାରିବ। ଏହି ଲକ୍ଷ୍ୟ ନେଇ ନିଯୁକ୍ତି ମେଳା ଚାଲିଥିବା କହିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆଜି ସକାଳ ୧୦ଟା ୩୦ରେ ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଯୁକ୍ତି ପତ୍ର ବିତରଣ କରିଛନ୍ତି। ସମସ୍ତ ନିଯୁକ୍ତି ୟୁପିଏସସି, ଏସଏସସି ଓ ରେଲୱେରେ କରାଯାଉଛି। ସ୍ୱତନ୍ତ୍ର ଅନଲାଇନ୍ ସିଷ୍ଟମ ଦ୍ୱାରା ଖାଲି ପଦବୀ ଓ ନିଯୁକ୍ତି ପ୍ରକ୍ରିୟାର ଅନୁଧ୍ୟାନ କରାଯାଉଛି। ଏହି ନିଯୁକ୍ତି ମେଳା ଦ୍ଵାରା ଖାସ କରି ମହିଳା, ଦିବ୍ୟାଙ୍ଗ ଓ ଜିଲ୍ଲା ସ୍ତରର ପ୍ରାର୍ଥୀମାନେ ଲାଭବାନ ହୋଇପାରିବେ।

ପୂର୍ବରୁ ଏହି ରୋଜଗାର ମେଳା ଆରମ୍ଭ ହୋଇଥିଲା। ଏହା ଅଧୀନରେ ଗତ ଅକ୍ଟୋବର ମାସରେ ୭୫ ହଜାର ଯୁବକ ଯୁବତୀଢ଼ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

Tags: #PMNarendraModi #PMIndia #AppointmentLetter #Career #Employment

Comment