ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିବା ନେଇ ସ୍ଥିର ହୋଇଛି।

ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା। ପୋଲିସ ଡିଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।। ସୁରକ୍ଷା ବ୍ୟବସ୍ଥାର ନେତୃତ୍ୱରେ ନେବେ ଭୁବନେଶ୍ଵର ଡିସିପି। ସୁରକ୍ଷା ପାଇଁ ବିଧାନସଭା ପରିସରରେ ମୁତୟନ ରହିବେ ୩୪ ପ୍ଲାଟୁନ ପୋଲିସ ଫୋର୍ସ।

ଦୁଇ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭିଜନ କରିବେ। ୫ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସିପି, ୧୩ ଜଣ ଆଇଆଇସି, ୬୨ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ। ରାଲି, ଧାରଣା ଓ ସୁରକ୍ଷାକୁ ନଜରରେ ରଖି ୫ଟି କଣ୍ଟ୍ରୋଲ ରୁମ କରାଯିବ। ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସପେନ୍ସ ଟିମ, ସ୍ପେସାଲ ଟେକ୍ନିକାଲ ଟିମ୍, ଆର୍ମଡ୍ ପୋଲିସ, ରୁପ୍ ଟଫ ସିକ୍ୟୁରିଟି ଏବଂ ସାଦା ପୋଷାକରେ ପୋଲିସ ମୁତୟନ ହେବା ନେଇ ସୂଚନା ରହିଛି।

ଆସନ୍ତା ନଭେମ୍ବର ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆସନ୍ତା ଡିସେମ୍ବର ୨ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବା ନେଇ ସୂଚନା ରହିଛି। ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଆସିବାର ସମ୍ଭାବନା ରହିଛି।

ଆସନ୍ତା ଗୁରୁବାରଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେ ବିରୋଧୀଙ୍କ ବିଭିନ୍ନ ପ୍ରସଂଗରେ ସରଗରମ ହେବ ଗୃହ ପରିସର। ଏଥର ବିଜେପି ଚାଷୀ ଓ ଅର୍ଚ୍ଚନା ନାଗ ମାମଲା ପ୍ରସଂଗରେ ବିଧାନସଭା ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତି କରିଥିବା ଜଣାପଡ଼ିଛି।

Tags: #OdishaAssembly #WinterSession #HighSecurity #AssemblyWinterSession

Comment