ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜାନୁଆରି ମାସରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ-୨୦୨୩ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଦିନ ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀଙ୍କଠାରୁ ମୁଖ୍ୟମନ୍ତ୍ରୀ ଏହି ଟିକେଟ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଏହି ଟିକେଟ ଗ୍ରହଣ କରି ଖୁସି ବ୍ୟକ୍ତ କରିବା ସହ ସାରା ବିଶ୍ଵ ପୁରୁଷ ହକି ବିଶ୍ଵକପ୍ ଦେଖିବା ପାଇଁ ଅପେକ୍ଷାରେ ରହିଥିବା କହିଛନ୍ତି।

ଆସନ୍ତା ଜାନୁଆରି ୧୩ ତାରିଖରୁ ଓଡ଼ିଶାରେ ଆୟୋଜିତ ହେବ ପୁରୁଷ ହକି ବିଶ୍ୱକପ୍-୨୦୨୩। ହକିର ଏହି ମହାକୁମ୍ଭରେ ମୋଟ ୪୪ଟି ମ୍ୟାଚ୍ ଖେଳାଯିବ। ଜାନୁଆରି ୨୯ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଓପନିଂ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ଭେଟିବ ଦକ୍ଷିଣ ଆଫ୍ରିକା ଟିମ୍। ମୋଟ ୪୪ଟି ମ୍ୟାଚ୍ ମଧ୍ୟରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ୨୪ଟି ଏବଂ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ୨୦ଟି ମ୍ୟାଚ୍ ଖେଳାଯିବ।

Tags: #OdishaHockeyWorldCup2023 #HockeyIndia #Sports #CMOdisha #NaveenPatnaik #Ticket

LEAVE A REPLY

Please enter your comment!
Please enter your name here