ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାରଠାରୁ ଆରମ୍ଭ ହୋଇଥିବା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବଜେଟ ଉପସ୍ଥାପନ କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପଦ୍ମପୁର ବିଧାନସଭା ଉନିର୍ବାଚନ ପ୍ରଚାର କାର୍ଯ୍ୟରେ ଥିବାରୁ ପଞ୍ଚାୟତରାଜ ମନ୍ତ୍ରୀ ବଜେଟ ଆଗତ କରିଛନ୍ତି।

ଚଳିତ ବର୍ଷ ପାଇଁ ବଜେଟରେ ମୋଟ ୧୬,୮୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥିରୁ ପ୍ରଶାସନିକ ବ୍ୟୟ ନିମନ୍ତେ ୪,୯୩ କୋଟି ଟଙ୍କା ରହିଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ୯,୨୦୦ କୋଟି ଟଙ୍କା ରହିଛି।

ବଜେଟରେ ଗୃହ ବିଭାଗ ପାଇଁ ୩୦୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବାବେଳେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲାଗି ୧୧୦୧.୧୫ କୋଟି, ଗୃହ ନିର୍ମାଣ ଏବଂ ପୌର ଉନ୍ନୟନ ବିଭାଗ ନିମନ୍ତେ ୭୮୨.୦୪ କୋଟି, ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ନିମନ୍ତେ ୮୫୪.୯୫ କୋଟି, ଜଳସମ୍ପଦ ବିଭାଗ ଲାଗି ୧୫୯୫.୫୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ଅତିରିକ୍ତ ବଜେଟରେ ସାର୍ବଜନୀନ ସ୍ଵସ୍ଥ୍ୟ ସେବା ଏବଂ ଶିକ୍ଷା ରୂପାନ୍ତରକୁ ଗୁରୁତ୍ଵ ଦିଆଯାଇଛି। ଏହା ସହିତ ମହିଳା ସଶକ୍ତିକରଣ, ଗ୍ରାମୀଣ ସଂଯୋଗୀକରଣ, କୃଷି, ଶିଳ୍ପ, କ୍ରୀଡ଼ା, ଜଳସେଚନ ଏବଂ ଭିତ୍ତିଭୂମି ଉପରେ ଫୋକସ କରାଯାଇଛି। ବଜେଟରେ ୫୫ ପ୍ରତିଶତ ଯୋଜନା ବାବଦ ଖର୍ଚ୍ଚ ରହିଥିବାବେଳେ ସ୍ଵାସ୍ଥ୍ୟ ଯୋଜନା ପାଇଁ ଅତିରିକ୍ତ ୮୬୭ କୋଟି ଟଙ୍କା ରହିଛି। ଖାଦ୍ୟ ସୁରକ୍ଷା ପାଇଁ ୧୬୬ କୋଟି, ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୧,୫୭୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ଏହା ସହିତ ଗ୍ରାମୀଣ ସଂଯୋଗୀକରଣ ନିମନ୍ତେ ୫୫୨ କୋଟି, ମହିଳା ଓ ଶିଶୁ ବିକାଲ ଲାଗି ୧,୭୨ କୋଟି, ଏସସସି/ଏସଟି ବିକାଶ ନିମନ୍ତେ ୪୩୮ କୋଟି ଟଙ୍କା ରହିଥିବାବେଳେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲାଗି ୫୯୮ କୋଟି ଟଙ୍କା ଏବଂ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ୨୭୩୫ କୋଟି ଟଙ୍କା ବଜେଟରେ ଉପସ୍ଥାପିତ କରାଯାଇଛି।

Tags: #OdishaAssemblyWinterSession #OdishaAssembly #AdditionalBudget

Comment