ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାରଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି। ଅଧିବେସନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଆଗତ କରାଯିବ। ଆରମ୍ଭରୁ ଦିବଙ୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶୋକପ୍ରସ୍ତାବ ଆଗତ କରିଥିଲେ। ଏହାପରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି। ଆଜି ଅତିରିକ୍ତ ବଜେଟ ଆଗତ କରାଯିବାର ସୂଚନା ରହିଛି।

ଆସନ୍ତା ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ ଏବଂ ୨ ତାରିଖେରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ। ଚଳିତ ଶୀତ ଅଧିବେଶନରେ କୋଭିଡ କଟକଣା ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ଏଥର ବିଧାନସଭାରେ ବିଭିନ୍ନ ପ୍ରସଂଗକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛନ୍ତି ବିରୋଧୀ।

ଗୃହ କାର୍ଯ୍ୟ ଚାଲିବା ପର୍ଯ୍ୟନ୍ତ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା। ବୁଧବାର ଦିନ ପୋଲିସ ଡିଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସୁରକ୍ଷା ବ୍ୟବସ୍ଥାର ନେତୃତ୍ୱରେ ନେଉଛନ୍ତି ଭୁବନେଶ୍ଵର ଡିସିପି। ସୁରକ୍ଷା ପାଇଁ ବିଧାନସଭା ପରିସରରେ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହା ଦୁଇ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାର ସୁପରଭିଜନ କରିବା ସହ ୫ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସିପି, ୧୩ ଜଣ ଆଇଆଇସି, ୬୨ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିଛନ୍ତି। ରାଲି, ଧାରଣା ଓ ସୁରକ୍ଷାକୁ ନଜରରେ ରଖି ୫ଟି କଣ୍ଟ୍ରୋଲ ରୁମ ବ୍ୟବସ୍ଥା ହୋଇଛି।

Tags: #Assembly #OdishaAssembly #WinterSession

LEAVE A REPLY

Please enter your comment!
Please enter your name here