ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ରାଜରାସ୍ତାରେ ଗୋରୁଗାଈଙ୍କ ବିଚରଣ ନିଷିଦ୍ଧ କଲା ବିଏମସି । ଏନେଇ ବିଏମସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବୁଲା ଗୋରୁଗାଈ ଓ ଷଣ୍ଢଙ୍କ ରାସ୍ତାରେ ବିଚରଣ ଯୋଗୁଁ ସଡ଼କ ଦୁର୍ଘଟଣା ଅଧିକ ଘଟୁଛି। ଏଥିପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ବୁଲୁଥିବା ଗୋରୁଗାଈ ଓ ଷଣ୍ଢଙ୍କୁ ଉଠାଇ ନେଇ ଜାମୁକୋଳି, ଖୋର୍ଦ୍ଧା ଓ ପୁରୀ ଠାରେ ଥିବା ଗୋଶାଳାରେ ରଖାଯିବ ଓ ସେମାନଙ୍କର ଯତ୍ନ ନିଆଯିବ। ଏଥିପାଇଁ ଦୁଇଟି ସଂସ୍ଥାକୁ ନିୟୋଜିତ କରାଯାଇଥିବା କହିଛନ୍ତି ଭୁବନେଶ୍ଵର ମେୟର ସୁଲଚନା ଦାସ।

ସେହିପରି ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ ବନ୍ଧ୍ୟାକରଣ କାର୍ଯ୍ୟକ୍ରମକୁ ତ୍ଵାରାନ୍ଵିତ କରାଯାଇଛି। ଖୁବଶୀଘ୍ର ପୋଷା କୁକୁରଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ।

Tags: #BMC #Bhubaneswar #Cattle #Ban #RoadSafety #RoadAccident #ବିଏମସି #ଗୋରୁଗାଈ

Comment