ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ଵାଡ କ୍ରିକେଟରେ ରଚିଛନ୍ତି ଇତିହାସ। ସେ ଗୋଟିଏ ଓଭରରେ ୭ଟି ଛକ୍କା ମାରି ରେକର୍ଡ କରିଛନ୍ତି। ସୋମବାର ବିଜୟ ହଜାରେ ଟ୍ରଫିରେ ଉତ୍ତର ପ୍ରଦେଶ ବିପକ୍ଷ ଏକ ମ୍ୟାଚରେ ମହାରାଷ୍ଟ୍ର ପକ୍ଷରୁ ସେ ଏଭଳି ପ୍ରଦର୍ଶନ କରିଛନ୍ତି। ଏଥିସହ ସେ ୧୫୯ ବଲରୁ ୨୨୦ ରନ କରି ଚଳିତବର୍ଷ ବିଜୟ ହଜାରେ ଟ୍ରଫିରେ ଦ୍ୱିତୀୟ ଡବଲ ସେଞ୍ଚୁରି କରିଛନ୍ତି।

ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚରେ ଉତ୍ତର ପ୍ରଦେଶର ବୋଲର ଶିବା ସିଂଙ୍କ ଏକ ଓଭରରେ ଏହି କାରନାମା କରି ଦେଖାଇଛନ୍ତି ଋତୁରାଜ। ସେ ଏହି ଓଭରରେ ଏକ ନୋ ବଲରୁ ଛକ୍କା ମାରିବା ସହିତ ୪୩ ରନ ସଂଗ୍ରହ କରିଥିଲେ।

ଏହି ମ୍ୟାଚରେ ଋତୁରାଜ ୧୬ଟି ଛକ୍କା ମାରି ଗୋଟିଏ ଲିଷ୍ଟ-ଏ ମ୍ୟାଚରେ ଅଧିକ ସଂଖ୍ୟକ ଛକ୍କା ମାରିବାରେ ରୋହିତ ଶର୍ମାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଏହି ପ୍ରଦର୍ଶନ ପାଇଁ ସମର୍ଥକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ମ୍ୟାଚରେ ମହାରାଷ୍ଟ୍ର ୫୮ ରନରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି।

Tags: #Indiancricketer #RuturajGaikwad #7sixesinoneover #BCCI #VijayHazaretrophy

Comment