ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ବିଧାନସଭା ଶୀତ ଅଧିବେଶ। ଏହି ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳୁଛି। ସୋମବାର ପୁଣି ଏହାର ପୁନରାବୃତ୍ତି ହୋଇଛି। ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହ କାର୍ଯ୍ୟ ଠିକ୍ ଭାବେ ଚାଲିପାରିନଥିବା ଦେଖିବାକୁ ମିଳୁଛି। ବାରମ୍ବାର ଗୃହ ଅଚଳ ହେଉଥିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଛନ୍ତି।

ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ଆରମ୍ଭ ହୋଇଯାଇଥିଲା ବିରୋଧୀଙ୍କ ହଟ୍ଟଗୋଳ। ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ ପ୍ରସଂଗକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ସଦସ୍ୟମାନେ ଗୃହରେ ହୋହାଲ୍ଲା କରିଥିଲେ। ଏପରିକି ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି ମଧ୍ୟ କରିଥିଲେ। ବାଚସ୍ପତି ବାରମ୍ବାର ବିଧାୟକମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣିନଥିଲେ। ଫଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଆଜି ଚତୁର୍ଥ ଦିନରେ ଗୃହ, ଅର୍ଥ, ନିର୍ମାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଖଣି ଇସ୍ପାତ ଏବଂ ସାଧାରଣ ପ୍ରଶାସନ ଓ ସଧାରଣ ଅଭିଯୋଗ ବିଭାଗର ପ୍ରଶ୍ନକାଳ ରହିଥିଲା।

Tags: #Assembly #OdishaAssembly #AssemblyWinterSession

LEAVE A REPLY

Please enter your comment!
Please enter your name here