ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ବିଧାନସଭା ଶୀତ ଅଧିବେଶ। ଏହି ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳୁଛି। ମଙ୍ଗଳବାର ଦିନ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲା ନାହିଁ ଗୃହ କାର୍ଯ୍ୟ। ଉଭୟ ବିଜେପି ଏବଂ କଂଗ୍ରେସ ବିଧାୟକମାନେ ଶିକ୍ଷକ ପ୍ରସଂଗ ଉଠାଇ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ନାରାବାଜି କରିବା ଆରମ୍ଭ କରିଥିଲେ।

ନିଜ ନିଜ ଆସନକୁ ଫେରିଯିବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ହୋ ହାଲ୍ଲା ଲାଗି ରହିବାରୁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ।

ସୋମବାର ଦିନ ପ୍ରାଥମିକ ଶିକ୍ଷକଙ୍କ ଧାରଣା ଓ ଦାବିକୁ ନେଇ ବିରୋଧୀ ଦାବି ଉଠାଇବା ସହ ହୋହାଲ୍ଲା କରିଥିଲେ। ଏହା ପରେ ଗୃହ କାର୍ଯ୍ୟ ଚାଲିପାରି ନଥିଲା। ଆଜି ମଧ୍ୟ ବିଧାନସଭାର ପଞ୍ଚମ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଦେଖିବାକୁ ମିଳିଥିଲା।

Tags: #Assembly #OdishaAssembly #AssemblyWinterSession

LEAVE A REPLY

Please enter your comment!
Please enter your name here