ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ। ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜିତ ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ମୁଖ୍ୟମନ୍ତ୍ରୀ ସଭାରେ ପହଞ୍ଚି ଅତିଥିମାନଙ୍କ ଗହଣରେ ଫିତା କାଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ ଆରମ୍ଭ ହେବର ଘୋଷଣା କରିଥିଲେ।

ଏହାପରେ ସେ କନକ୍ଲେଭରେ ହୋଇଥିବା ଷ୍ଟଲ ଗୁଡ଼ିକର ପରିଦର୍ଶନ କରିଥିଲେ। ପରେ ସେଠାରେ ଆୟୋଜିତ ହୋଇଥିଲା ଡ୍ରୋନ ଏବଂ ଲେଜର ସୋ’। ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଥିମରେ ଏହି ସୋ’ ପ୍ରଦର୍ଶିତ ହୋଇଥିଲା ଏବଂ ଏହା ଖୁବ ସୁନ୍ଦର ଥିଲା।

ଏହାପରେ କେଦାର ମିଶ୍ର ଓ ଗୁରୁ ଅରୁଣା ମହାନ୍ତିଙ୍କ ତତ୍ତ୍ଵାବଧାନରେ ଓଡ଼ିଶୀ ନୃତ୍ୟ ସହିତ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ଵାଧୀନତା ପରଠାରୁ ଓଡ଼ିଶାର ବିକାଶ ଯାତ୍ରାର କଥା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିଲା। ଶିକ୍ଷା, ଶିଳ୍ପ, କୁଟୀର ଶିଳ୍ପ, ମିଶନଶକ୍ତି, ଦକ୍ଷତା ବିକାଶ ଏବଂ ଖେଳ ଆଦି କ୍ଷେତ୍ରରେ ଏକ ଆକାଂକ୍ଷୀ ଓଡ଼ିଶାର ଚିତ୍ର କଳାକାରମାନେ ନିଜ ନୃତ୍ୟ ଜରିଆରେ ପ୍ରଦର୍ଶିତ କରିଥିଲେ।

ଉଦଘାଟନୀ ଉତ୍ସବରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ, ଭୁବନେଶ୍ଵର ମେୟର ସୁଲୋଚନା ଦାସ ଏବଂ କଟକ ମେୟର ସୁବାସ ଚନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭାରତରେ ଜାପାନର ରାଜଦୂତ ହୀରୋସି ସୁଜୁକି, ନରଓ୍ଵେର ରାଜଦୂତ ହାନସ ଜେକବ ଫ୍ରାଇଡେନଲନ ଏବଂ ନେପାଳର ରାଜଦୂତ ଡକ୍ଟର ଶଙ୍କର ପ୍ରସାଦ ଶର୍ମା ଓ ଭାରତରେ ଜାର୍ମାନୀର କାଉନସିଲ ଜେନେରାଲ ମ୍ୟାନଫ୍ରେଡ ଅଷ୍ଟର ପ୍ରମୁଖ ଯୋଗ ଦେଇଥିଲେ।

Tags: #MakeinOdishaConclave #CMOOdisha #NaveenPattanaik #Inauguration #InvestOdisha #OdishaStartup #OdishaInvestorsMeet #MIO2022

Comment