ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ବିଧାନସଭା ଶୀତ ଅଧିବେଶନ। ବିରୋଧୀଙ୍କ ହଟ୍ଟଗୋଳରୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନ ମାତ୍ର ୮ ଦିନ ଚାଲି ଶେଷ ହୋଇଛି। ଶୁକ୍ରବାର ଦିନ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।

ବିଧାନସଭା ଶୀତ ଅଧିବେଶନ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥାନ୍ତା, କିନ୍ତୁ ଡିସେମ୍ବର ୨ ତାରିଖରେ ଶେଷ ହୋଇଛି। ଏହି ଅଧିବେଶନ ବନ୍ଦ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଗୃହୀତ କରିଛନ୍ତି ବାଚସ୍ପତି।

ଶୁକ୍ରବାର ଶୀତ ଅଧିବେଶନର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏହି ଅଧିବେଶନରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅସରରେ ବିରୋଧୀ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ।

ଗତ ନଭେମ୍ବର ୨୪ ତାରିଖରୁ ଆରମ୍ଭ ହୋଇଥିଲା ବିଧାନସଭା ଶୀତ ଅଧିବେଶନ।

Tags: #OdishaAssembly #AssemblyWinterSession #BikramKeshariArukh

Comment