ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସୂର୍ଯ୍ୟାସ୍ତ ପୂର୍ବରୁ କଟକ ସ୍ଥିତ ଗୋରା କବରଠାରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ମରଶରୀରକୁ ସମାଧି ଦିଆଯାଇଛି। ଏହି ଅବସରରେ ତାଙ୍କ ବନ୍ଧୁବାନ୍ଧବ, ପରିବାର ଏବଂ ଅନେକ କଳାକାର ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଗୁରୁବାର ବିଳମ୍ବିତ ରାତିରେ ଝରଣା ଦାସଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଥିଲା। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବର୍ଷିଆନ ଅଭିନେତ୍ରୀ ଝରଣା ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ କରିବାକୁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ  ବିପୁଳ ଲୋକପ୍ରିୟତା ଦେଇଥିଲା। ଝରଣା ଦାସଙ୍କ ସ୍ଵର ତାଙ୍କର ସ୍ଵତନ୍ତ୍ର ପରିଚୟ ଥିଲା। ସେ ତାଙ୍କ ସ୍ଵରକୁ ବହୁତ ଭଲ ପାଉଥିଲେ।  ଓ ଚମତ୍କାର ଅଭିନୟ ତାଙ୍କୁ  ଅଜସ୍ର ସୁନାମ ଦେଇଛି।

ସାଠିଏ ଦଶକରେ ଝରଣା ଦାସଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଛି। ପିଲାଟି ବେଳରୁ ଅଭିନୟ ପ୍ରତି ତାଙ୍କର ଅହେତୁକ ନିଶା ପରବର୍ତ୍ତୀ ସମୟରେ ତାଙ୍କୁ ଦେଇଥିଲା ଜଣେ ଦକ୍ଷ କଳାକାରର ପରିଚୟ। କଟକ ଆକାଶବାଣୀରୁ ଶିଶୁ କଳାକାର ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ଝରଣା ଦାସ ୧୯୬୪ ମସିହାରେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ। ୧୯୬୫ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ମଲାଜହ୍ନରେ ତାଙ୍କର ଅଭିନୟ ଦର୍ଶକଙ୍କ ହୃଦୟ ଜୟ କରିଥିଲା।

ମଲାଜହ୍ନ, ଅମଡ଼ାବାଟ, ଅଦିନମେଘ, ସମୟ ବଡ଼ ବଳବାନ, ଶ୍ରୀଜଗନ୍ନାଥ, ନାରୀ, ହୀରାଳୀଳା ଭଳି ଅନେକ ଚର୍ଚ୍ଚିତ ଚଳଚ୍ଚିତ୍ରରେ ଅଭିନୟ କରି ଖୁବ୍ ପ୍ରଶଂସା ସାଉଣ୍ଟିଛନ୍ତି। ଝରଣା ଦାସ ଅଦିନ ମେଘ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ନାୟିକା ଓ ସମୟ ବନ ବଳବାନ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ରାଜ୍ୟ ସରକାରଙ୍କଠାରୁ ପୁରସ୍କୃତ ହୋଇଥିଲେ। ତାଙ୍କୁ ୧୯୯୭ ମସିହାରେ ଜୟଦେବ ପୁରସ୍କାର ପ୍ରଦାନ କରିଛନ୍ତି। ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆଓ୍ୱାର୍ଡ, ଓଡ଼ିଶା ସୋସାଇଟି ଅଫ୍ ଆମେରିକା ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ ଛାଡ଼ିଯାଇଛନ୍ତି।

ତାଙ୍କ ମୃତ୍ୟୁ ଖବର କେବଳ ସିନେ ଜଗତକୁ ନୁହେଁ ବରଂ ସିନେପ୍ରେମୀଙ୍କୁ ଅଭୀର ଆଘାତ ଦେଇଛି।

Tags: #OdiaCinemaActress #JharnaDas #PassedAway #cremation #Cuttack

Comment