ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ମୋଟ ୩୧୯ଟି ବୁଥରେ ଚାଲିଛି ମତଦାନ। ପଦ୍ମପୁର ଉପନିର୍ବାଚନରେ ମତଦାନ ସାବସ୍ୟସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ବର୍ଷା ବରିହା ୨୧୩ ନମ୍ବର ବୁଥରେ ମତଦାନ କରିଛନ୍ତି।

ପଦ୍ମପୁର ଉପନିର୍ବାଚନ ଲାଗି ବିଜେଡିର ପ୍ରାର୍ଥୀ ହୋଇଥିବା ବର୍ଷାରାଣୀ ସିଂ ବରିହା ଭୋଟ ଦେବାକୁ ଯିବା ପୂର୍ବରୁ ବାପା ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଆଶୀର୍ବାଦ ନେଇଥିଲେ। ୨୧୩ ନମ୍ବର ବୁଥରେ ପହଞ୍ଚି ବର୍ଷା ମହିଳା ଭୋଟରଙ୍କ ଧାଡ଼ିରେ ଛିଡ଼ା ହୋଇଥିଲେ। ପରେ ମତଦନା କେନ୍ଦ୍ରରେ ନିଜର ମତ ସାବ୍ୟସ୍ତ କରିଥିଲେ ବର୍ଷା ବରିହା।

ପଦ୍ମପୁର ବିଧାସଭା ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପଦ୍ମପୁର ଭୋଟର। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ।

ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ ୩୧୯ ବୁଥରେ ମତଦାନ ଚାଲିଛି। ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ ବୁଥରେ ମତଦାନ ଚାଲିଛି। ୧୨୦ଟି ବୁଥରେ ୱେବକାଷ୍ଟିଂ ଏବଂ ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ବୁଥଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ସମ୍ବେଦନଶୀଳ ବୁଥଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିଛି ପୁଲିସ ଓ ପ୍ରଶାସନ।

Tags: #Politics #OdishaPolitics #PadampurByElection #Voting

Comment