ଓଡ଼ିଶାଲାଇଭ୍ ବ୍ୟୁରୋ

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ମୋଟ ୩୧୯ଟି ବୁଥରେ ମତଦାନ କରୁଛନ୍ତି ପଦ୍ମପୁର ଭୋଟର। ଦିନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।

ଏହା ପୂର୍ବରୁ ପଦ୍ମପୁର ଉପନିର୍ବାଚନରେ ଦିନ ୧ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଥିବାଥିବାବେଳେ ଦିନ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ଏବଂ ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଥିଲା।

ପଦ୍ମପୁର ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତଦାନ କରିବେ ମୋଟ ୩୧୯ଟି ବୁଥରେ। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପଦ୍ମପୁର ଭୋଟର।

ମୋଟ ୩୧୯ଟି ବୁଥ ମଧ୍ୟରୁ  ୬ଟି ପିଙ୍କ ବୁଥ୍ ଏବଂ ୧୫ଟି ମଡେଲ ବୁଥ କରାଯାଇଛି। ଝାରବନ୍ଧ ବ୍ଲକରେ ୭୪ଟି, ପାଇକମାଳରେ ୧୧୦ଟି, ରାଜବୋଡାସମ୍ବରରେ ୧୨୨ଟି ଏବଂ ପଦ୍ମପୁର ଏନଏସିରେ ୧୩ଟି ବୁଥରେ ମତଦାନ ଚାଲିଛି। ପଦ୍ମପୁର ଉପନିର୍ବାଚନ ପରିଚାଳନା ନିମନ୍ତେ ନିଯୁକ୍ତ ହୋଇଛନ୍ତି ୩୬୦ ପୋଲିଂ ପାର୍ଟି।

Tags: #Politics #OdishaPolitics #PadampurByElection #Voting

Comment