ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଶାନ୍ତିଶୃଙ୍ଖଳାର ସହ ମତଦାନ ଲାଗି ବୁଥଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଟ ୩୧୯ଟି ବୁଥରେ ମତଦାନ କରିବେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ଚାଲିବ।

ମଧ୍ୟରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ପ୍ରଚାର ସରିଛି ଏବଂ ପ୍ରସ୍ତୁତି ମଧ୍ୟ ସରିଛି। ଆସନ୍ତାକାଲି ସକାଳ ୭ଟାରୁ ଉପନିର୍ବାଚନ ପାଇଁ ମତଦାନ କରିବେ ପଦ୍ମପୁର ଭୋଟର।

ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ସହ ସ୍ଵାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୦ ଜଣ ନିର୍ବାଚନ ଲଢ଼ୁଛନ୍ତି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମଧ୍ୟରେ ଏହି ଉପନିର୍ବଚନରେ କଡ଼ା ଟକ୍କର ଦେଖିବାକୁ ମିଳୁଛି।

ମୋଟ ୩୧୯ଟି ବୁଥ ମଧ୍ୟରୁ  ୬ଟି ପିଙ୍କ ବୁଥ୍ ଏବଂ ୧୫ଟି ମଡେଲ ବୁଥ କରାଯାଇଛି। ଝାରବନ୍ଧ ବ୍ଲକରେ ୭୪ଟି, ପାଇକମାଳରେ ୧୧୦ଟି, ରାଜବୋଡାସମ୍ବରରେ ୧୨୨ଟି ଏବଂ ପଦ୍ମପୁର ଏନଏସିରେ ୧୩ଟି ବୁଥରେ ମତଦାନ ଚାଲିଛି। ପଦ୍ମପୁର ଉପନିର୍ବାଚନ ପରିଚାଳନା ନିମନ୍ତେ ନିଯୁକ୍ତ ହୋଇଛନ୍ତି ୩୬୦ ପୋଲିଂ ପାର୍ଟି। କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ପୋଲିସ୍ ଫୋର୍ସ ମୁତୟନ ରହିଛନ୍ତି।

Tags: #Politics #OdishaPolitics #PadampurByElection #Voting

Comment