ଓଡ଼ିଶାଲାଇଭ୍ ବ୍ୟୁରୋ

ଅସ୍ତ୍ରୋପଚାର ପରେ ଜଣେ ମହିଳା ଗୁରୁତର ହୋଇ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହିଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ତରବାଲୋ ଗାଁରେ।

ତରବାଲୋ ଗାଁର ରଶ୍ମିତା ବାରିକଙ୍କର ଡିସେମ୍ବର ୨ ତାରିଖରେ ଭାପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଥିଲା। ଡିସେମ୍ବର ୪ ତାରିଖରେ ରଶ୍ମିତା ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ପୁଣି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ସେଠାରେ ତାଙ୍କୁ କିଛି ମେଡିସିନ ଦେବା ପରେ ସେ ଘରକୁ ଫେରିଆସିଥିଲେ।

ମଙ୍ଗଳବାର ଦିନ ରଶ୍ମିତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ପୁନର୍ବାର ଭାପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏଠାରେ ଅଧିକ ଚିକିତ୍ସା ବ୍ୟବସ୍ଥା ନଥିବାରୁ ରଶ୍ମିତାଙ୍କୁ ନୟାଗଡ଼ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ଅବସ୍ଥାରେ ସୁଧାର ନଆସିବାରୁ ବୁଧବାର ଦିନ ତାଙ୍କୁ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଭୁଲ ଅସ୍ତ୍ରୋପଚାର ଯୋଗୁଁ ରଶ୍ମିତା ଯନ୍ତ୍ରଣାରେ ଛଟପଟ ହେଉଥିବା ଅଭିଯୋଗ କରିଛନ୍ତି।

Tags: #HealthCare #Hospital #Operation #FamilyPlanningOperation

LEAVE A REPLY

Please enter your comment!
Please enter your name here