ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟରେ ବିଜେପିର ଦମଦାର ବିଜୟ। ରେକର୍ଡ ସୃଷ୍ଟି କଲେ ଗୁଜରାଟ ଭୁପେନ୍ଦ୍ର ପଟେଲ। ଘାଟଲୋଡିଆ ଆସନରୁ ଲଢ଼ି ସେ ନିଜ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିଙ୍କୁ ୧ ଲକ୍ଷ ୯୧ ହଜାର ୩୬୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଭୂପେନ୍ଦ୍ର ପଟେଲଙ୍କୁ ମିଳିଛି ମୋଟ ୨ ଲକ୍ଷ ୧୨ ହଜାର ୪୮୦ ଭୋଟ। କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୨୧, ୧୨୦ ଖଣ୍ଡ ଭୋଟ।

୧୯୬୨ ମସିହାରେ ଗୁଜରାଟରେ ପ୍ରଥମ ବିଧାନସଭା ନିର୍ବାଚନ ହୋଇଥିଲା। ଏହାପରେ କୌଣସି ଦଳର ଏହା ସବୁଠାରୁ ବଡ଼ ବିଜୟ। ଏହାପରେ ୧୯୮୫ ମସିହାରେ କଂଗ୍ରେସ ୧୪୯ ଆସନରେ ବିଜୟୀ ହୋଇଥିଲା।

Tags: #GujaratAssemblyElection2022 #BJPWins #BhupendraPatel #Congress #AAP #Gujarat

Comment