ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟରେ ଇତିହାସ ରଚିବା ଅଭିମୁଖେ ବିଜେପି। ଗୁଜରାଟରେ ବିଜେପି ୧୫୩ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୯ଟି ଆସନରେ ଆଗୁଆ ରହିଛି। ଗୁଜରାଟରେ ହୋଇଥିବା ତ୍ରୀକୋଣିୟ ମୁକାବିଲାରେ ଉଭୟ କଂଗ୍ରେସ ଆମ୍ ଆଦମୀ ପାର୍ଟି ବହୁ ପଛରେ ପଡ଼ିଛି

ଗୁଜରାଟର ମୋଟ ୧୮୨ ଟି ଆସନ ମଧ୍ୟରୁ ଏପର୍ଯ୍ୟନ୍ତ ବିଜେପି ୯ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୧୪୪ ଟି ଆସନରେ ଆଗୁଆ ଚାଲିଛି ସେହିଭଳି କଂଗ୍ରେସ କୌଣସି ଆସନ ଜିତିନଥିଲେ ବି ୨୦ଟି ଆସନରେ ଆଗୁଆ ରହିଛି।

ଅନ୍ୟପଟେ ଗଣମାଧ୍ୟମରେ ଗୁଜରାଟରେ ସରକାର ଗଠନ କରିବ ବୋଲି ଆମ୍ ଆଦମୀ ପାର୍ଟି ଲିଖିତ ଭାବେ କହିଥିବା ବେଳେ ସେଠାରେ ଦଳର ସ୍ଥିତି ଅତି ଶୋଚନୀୟ ରହିଛି ଦଳ ଏପର୍ଯ୍ୟନ୍ତ କୌଣସି ଆସନରେ ବିଜୟଲାଭ କରି ନଥିବା ବେଳେ ମାତ୍ର ଟି ଆସନରେ ଆଗୁଆ ଚାଲିଛି

Tags: #GujaratAssemblyElection2022 #BJPLeading #Congress #AAP #Gujarat

Comment