ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ସକାଳ ୮ଟାରୁ ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ୮ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ୧୫,୫୪୧ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରୁ ଆଗରେ ରହିଥିବା ବିଜେଡି ନିଜର ସ୍ଥିତି ବଜାୟ ରଖିଛି। ବିଜେଡିକୁ ୪୩,୬୯୧,  ବିଜେପିକୁ ୨୮,୧୫୦ ଏବଂ କଂଗ୍ରେସକୁ ୧,୬୩୪ ଖଣ୍ଡ ଭୋଟ ମିଳିଛି।

ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି। ମୋଟ ୩୧୯ଟି ବୁଥ ଲାଗି ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ଚାଲିଛି। ପ୍ରଥମ, ଦ୍ଵିତୀୟ, ତୃତୀୟ ଭଳି ଅଷ୍ଟମ ରାଉଣ୍ଡ ଗଣତି ଶେଷ ହୋଇଥିବେଳେ ୧୨,୩୧୨ ଖଣ୍ଡ ଭୋଟ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା।

ଚତୁର୍ଥ ରାଉଣ୍ଡ ଗଣତିରେ ବିଜେଡି ପ୍ରାର୍ଥୀଙ୍କୁ ୨୧,୮୩୭, ବିଜେପି ପ୍ରାର୍ଥୀଙ୍କୁ ୧୩, ୬୫୯ ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ୬୧୬ ଖଣ୍ଡ ଭୋଟ ମିଳିଥିଲା। ସେହିପରି ତୃତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କୁ ୧୫,୯୧୬ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ତୃତୀୟ ରାଉଣ୍ଡ ଭୋଟ ଗଣତିରେ ମିଳିଛି ୧୦,୧୫୦ ଭୋଟ। ଏଥର ବିଜେଡି ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିବାବେଳେ ଅଳ୍ପ ଭୋଟ ବ୍ୟବଧାନରେ ପଛରେ ରହିଛି ବିଜେପି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ମିଳିଛି ମାତ୍ର ୪୭୪ ଖଣ୍ଡ ଭୋଟ।

ଏହା ପୂର୍ବରୁ ପ୍ରଥମ ରାଉଣ୍ଡରେ ବିଜେଡି ଆଗରେ ରହିଥିବା ବେଳେ ଦ୍ଵିତୀୟ ରାଉଣ୍ଡରେ ବି ଆଗରେ ରହିଥିଲେ। ଦ୍ଵିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ୧୦,୫୯୮ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ, ୬,୯୭୯ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଥିଲେ ମାତ୍ର ୩୬୬ ଖଣ୍ଡ ଭୋଟ।

ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୫,୫୦୧ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩, ୭୮୯ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ପ୍ରଥମ ରାଉଣ୍ଡ ସୁଦ୍ଧା ୨୦୬ ଖଣ୍ଡ ଭୋଟ ମିଳିଥିଲା।

Tags: #Politics #OdishaPolitics #PadampurPolitics #PadampurByElection #BJP #BJD #Congress #Result #VoteCounting

Comment