1. Popଓଡ଼ିଶାଲାଇଭ୍ ବ୍ୟୁରୋ

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି। ମୋଟ ୩୧୯ଟି ବୁଥ ଲାଗି ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ଚାଲିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରତି ଟେବୁଲରେ ୩ ଜଣ ଷ୍ଟାଫ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଣ୍ଟାଣ୍ଟ ଏବଂ ଜଣେ ମାଇକ୍ରୋ ଅବଜର୍ଭର ନିଯୁକ୍ତ ହୋଇଛନ୍ତି ରହିବେ। ଏହା ବ୍ୟତୀତ ଗଣତି ଟେବୁଲ ନିକଟରେ ପ୍ରାର୍ଥୀମାନଙ୍କର ଜଣେ ଜଣେ ଏଜେଣ୍ଟ ରହିଛନ୍ତି। ଇଭିଏମ ଗଣତି ସମୟରେ ଯାନ୍ତ୍ରୀକ ତ୍ରୁଟି ଉପଜିଲେ ତାକୁ ସୁଧାରିବାକୁ ଦୁଇ ଜଣ ଜଣ ଟେକ୍ନିକାଲ ଅବଜର୍ଭର ଉପସ୍ଥିତ ରହିଛନ୍ତି।

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଚାଲିଛି। ସିଆରପିଏଫ୍, ଷ୍ଟେଟ ଆର୍ମ ଫୋର୍ସ ଓ ରାଜ୍ୟ ପୋଲିସ ନିଯୁକ୍ତ ରହିଛନ୍ତି। ଭୋଟ ଗଣତି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

Tags: #Politics #OdishaPolitics #PadampurPolitics #PadampurByElection #BJP #BJD #Congress #Result #VoteCounting

Comment