ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ଦିନ ପଦ୍ମପୁରର ବିଧାୟକ ଭାବେ ଶପଥ ନେଲେ ବର୍ଷାରାଣୀ ସିଂ ବରିହା। ବିଜେଡିର ନବନିର୍ବାଚିତ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ। ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ଏହି ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ୪୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା।

ବିଧାୟକ ଭାବେ ଶପଥ ନେବା ପରେ ବର୍ଷାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ଏପଟେ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ବୋଲି କହିଛନ୍ତି ନବନିର୍ବାଚତ ବିଧାୟିକା। ଡିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ହୋଇଥିଲା ଏବଂ ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା ହୋଇଥିଲା।

Tags: #Politics #OdishaPolitics #BashaSinghBariha #BJD #ByElection #OathTakingCeremony

Comment