ଅଶୋକ ବହିଦାର

ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛିଗ୍ରୀନ୍ ରୁମ୍ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଯେତିକି ଦିନ ଧରି ଚାଲେ ସେତିକି ଦିନ ପର୍ଯ୍ୟନ୍ତ ଚଳ ଚଞ୍ଚଳ ହୋଇ ଉଠେଗ୍ରୀନ୍ ରୁମ୍ ଏହି ଗ୍ରୀନ୍ରୁମ୍ରେ ହିଁ କଳାକାରମାନଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଶିଳ୍ପୀମାନେ ସଜେଇ ଦେଇଥାନ୍ତି

ଧନୁଯାତ୍ରାରେ ଜଣେ କଳାକାରଙ୍କର ଯେତିକି ଗୁରୁତ୍ଵ ରହିଥାଏ ରୂପକାର ଏବଂ ରଙ୍ଗକାରମାନଙ୍କର ମଧ୍ୟ ରହିଛି ସେତିକି ଗୁରୁତ୍ଵ। ଧନୁଯାତ୍ରା ଆସିଲେ କଳାକାରଙ୍କୁ ବିଭିନ୍ନ ଚରିତ୍ରରେ ପ୍ରସ୍ତୁତ କରିବା ପାଇଁ ଏହିଗ୍ରୀନ ରୁମ୍କୁ ଆଗୁଆ ପ୍ରସ୍ତୁତ କରାଯାଇଥାଏ

ମାରୱାଡି ଧର୍ମଶାଳା ପାଲଟିଯାଏଗ୍ରୀନ୍ ରୁମ୍

ବରଗଡ଼ ସହରର ମାରୱାଡି ଧର୍ମଶାଳାକୁ ଧନୁଯାତ୍ରାଗ୍ରୀନରୁମ୍ଭାବେ ବ୍ୟବହାର କରାଯାଉଛି। ସମୟ ଏବଂ କଳାକାରଙ୍କ ସଂଖ୍ୟା ଆଧାରରେ ଏହାକୁ ପୃଥିବୀର ସବୁଠାରୁ ବଡ଼ ଗ୍ରୀନ ରୁମ୍ କହିଲେ ଭୁଲ୍ ହେବ ନାହିଁ। ପ୍ରତିଦିନ ଦ୍ଵି’ ପ୍ରହରରୁ ସନ୍ଧ୍ୟା ଯାଏଁ ମାରୱାଡ଼ି ଧର୍ମଶାଳାର ବିଭିନ୍ନ କୋଠରୀରେ କଳାକାରଙ୍କ ବେଶଭୂଷା ଆରମ୍ଭ ହୋଇ ଯାଇଥାଏ

ଘାସିରାମ ସାହୁ ଥିଲେ ପ୍ରଥମ ରୂପକାର

ଘାସିରାମ ସାହୁ ଦୀର୍ଘ ବର୍ଷ ଧରି ବରଗଡ଼ ଧନୁଯାତ୍ରାର ମୁଖ୍ୟ ରୂପକାର ଭାବେ ଦାୟିତ୍ଵ ତୁଲାଇ ଆସୁଥିଲେ। ୨୦୧୫ରେ ତାଙ୍କର ଦେହାନ୍ତ ହୋଇଯିବା ପରେ ତାଙ୍କ ପୁଅ ବାଙ୍କବିହାରୀ ସାହୁ କଳାକାରମାନଙ୍କୁ ବିଭିନ୍ନ ବେଶରେ ସଜାଇ ଦେଉଛନ୍ତି। ଉଭୟ ବେଶ ପରିପାଟୀ ପାଇଁ ସାହୁ ପରିବାରର ସମର୍ପିତ ଭାବ ବେଶ୍ ପ୍ରଶଂସନୀୟ

ଗ୍ରୀନ୍ ରୁମ୍ରେ ଅପରାହ୍ଣରୁ ଭିଡ଼ ଜମେ

ଅପରାହ୍ଣରୁ ଗ୍ରୀନରୁମରେ ଭିଡ଼ ଆରମ୍ଭ କରନ୍ତି କଳାକାରମାନେ। କେଉଁ ଚରିତ୍ର ପାଇଁ କେଉଁ କେଉଁ ପୋଷାକ ଦରକାର, କେଉଁ ଦିନ କି କି ପୋଷାକ ଜଣେ କଳାକାର ପିନ୍ଧିବେ, କେଉଁ କଳାକାରକୁ କିପରି ଭାବେ ଚରିତ୍ର ଅନୁସାରେ ବେଶ କରିବାକୁ ତା ରୂପରେଖ ପ୍ରସ୍ତୁତ କରିଥାନ୍ତି ମୁଖ୍ୟ ରୂପକାର। ଏଥିରେ ତାଙ୍କୁ ସାହାଯ୍ୟ କରିଥାନ୍ତି ତାଙ୍କର ସହଯୋଗୀମାନେ

ମାରୱାଡି ଧର୍ମଶାଳାର କୋଠରୀଗୁଡ଼ିକରେ ଜରିପୋଷାକ, ମୁକୁଟ, ପଗଡ଼ି, ଜୋତା, ବିଭିନ୍ନ ଅଳଙ୍କାର, ଅସ୍ତ୍ରଶସ୍ତ୍ର ଅନ୍ୟାନ୍ୟ ନାଟକୀୟ ଉପାଦାନ ରଖାଯାଇଥାଏ। ସ୍ଥାନୀୟ କାରିଗରମାନେ ଏସବୁକୁ ତିଆରି କରିଥାନ୍ତି। ଏହି ସାମଗ୍ରୀ ଭିତରୁ ଅନେକ ଉପାଦାନ ବାହାରୁ ମଗାଯାଇଥାଏ ବୋଲି କହନ୍ତି ରୂପକାର।କଂସଚରିତ୍ରର କଳାକାରଙ୍କ ବେଶ ପରିପାଟୀକୁ ନେଇ ସେମାନଙ୍କୁ ବିଶେଷ ଧ୍ୟାନ ଦେବାକୁ ହୋଇଥାଏ

ମାରୱାଡି ଧର୍ମଶାଳା କେବଳଗ୍ରୀନରୁମ୍ନୁହେଁ, କଳାକାରମାନେ ଏଠାରେ ରହିଥାନ୍ତି। ଧନୁଯାତ୍ରାରମଥୁରା ପ୍ରସଙ୍ଗ ସମସ୍ତ କଳାକାର ଏଠାରେ ପ୍ରତିବର୍ଷ ରହିଥାନ୍ତି। କଳାକାରମାନଙ୍କର ଭିତରେ ଥିବା ଆଗ୍ରହ ରୂପକାରମାନଙ୍କର ବ୍ୟସ୍ତତାକୁ ନେଇ ୧୧ ଦିନ ଧରି ଏହିଗ୍ରୀନରୁମ୍‌’ କୋଳାହଳମୟ ହୋଇଉଠେ। ରାତିରେ ନିଜ ନିଜ ଚରିତ୍ରର ଅଭିନୟ ସାରି କଳାକାରମାନେ ଗ୍ରୀନରୁମକୁ ଫେରି ଆସନ୍ତି। ପୁଣି ତାପରଦିନ ପ୍ରସ୍ତୁତ ହୋଇଯାଆନ୍ତି ରଙ୍ଗ ମାଖିବାକୁ

ଅମ୍ବାପାଲିରେ ରହିଛି ଆଉ ଏକ ଗ୍ରୀନ୍ ରୁମ୍

ଧନୁଯାତ୍ରାରମଥୁରା ପ୍ରସଙ୍ଗସହିତ ଯୋଡ଼ି ହୋଇରହିଛିଗୋପପୁର ପ୍ରସଙ୍ଗମଥୁରା ପ୍ରସଙ୍ଗପାଇଁ ବରଗଡ଼ର ମାରୱାଡ଼ି ଧର୍ମଶାଳା  ‘ଗ୍ରୀନରୁମ୍ପାଲଟି ଯାଉଥିବା ବେଳେଗୋପପୁର ପ୍ରସଙ୍ଗପାଇଁ ଅମ୍ବାପାଲି ଗାଁରେ ରହିଛି ଆଉ ଏକଗ୍ରୀନ ରୁମ୍ ରୂପକାରମାନେ ଶହଶହ କଳାକାରଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ସଜାଇବା ପାଇଁ ଦିନରାତିକୁ ଏକ କରିଦେଇଥାନ୍ତି

୧୧ ଦିନ ପରେ ଧନୁଯାତ୍ରାର ସବୁ ଅଧ୍ୟାୟ ଶେଷ ହୋଇଯାଏ। କଳାକାରମାନେ ମୁହଁରୁ ରଙ୍ଗପୋଛି, ଦେହରୁ ନାଟକୀୟ ପୋଷାକ ଓହ୍ଲାଇ ପୁଣି ବ୍ୟସ୍ତ ହୋଇଯାଆନ୍ତି ନିଜ ନିଜର ଜୀବିକାରେ। ଆପେ ଆପେ ଗ୍ରୀନରୁମରୁ କଳାକାର ରୂପକାରମାନଙ୍କର ଭିଡ଼ ଅପସରି ଯାଏ। ଅଥଚ ୧୧ ଦିନର ସବୁ ଅନୁଭବ ଅନୁଭୂତିକୁ ସାଉଁଟି ପୃଥିବୀର ସର୍ବବୃହତ୍ଗ୍ରୀନରୁମ୍ ନୀରବି ଯାଏ ପୁଣି ଗୋଟିଏ ବର୍ଷର ଅପେକ୍ଷାରେ

Tags: #BargarhDhanujatra #WorldFamousBargarhDhanujatra #Tradition #Culture

LEAVE A REPLY

Please enter your comment!
Please enter your name here