ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକାରେ ଅଭିନୟ କରିବେ କିଷନ ବିର୍ତ୍ତିଆ। ଗୋପପୁର ସାଜୁଥିବା ଅମ୍ବାପାଲି ଗ୍ରାମରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଚଳିତ ବର୍ଷ ଧନୁଯାତ୍ରା ମଞ୍ଚରେ ବଳରାମ ଭୂମିକାରେ ଅଭିନର ପରିବାକୁ ଚୟନ ହୋଇଥିବା ଶ୍ରେୟସ ପୂଝାରୀଙ୍କର ଡିସେମ୍ବର ୯ ତାରିଖରେ ଅକାଳ ବିୟୋଗ ହୋଇଥିଲା। ଚଳିତ ବର୍ଷ ଶ୍ରେୟସ ପ୍ରଥମ ଥର ପାଇଁ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ। ଖେଳୁ ଥିବା ସମୟରେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ ଶ୍ରେୟସ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶ୍ରେୟସଙ୍କ ସ୍ଥାନରେ ବଳରାମ ଭୂମିକାରେ ଅଭିନୟ କରିବାକୁ ନୂତନ କଳାକାର ଖୋଜା ଯାଇଥିଲା। ସୋମବାର ସନ୍ଧ୍ୟାରେ ଅମ୍ବାପାଲି ଗ୍ରାମବାସୀ, ଗୋପପୁର କମିଟିର ସମସ୍ତ ସଦସ୍ୟ ଏବଂ ଧନୁଯାତ୍ରା କମିଟିର ସଦସ୍ୟମାନଙ୍କର ଏକ ବୈଠକ ଡକାଯାଇ ସର୍ବସମ୍ମତି କ୍ରମେ ଅମ୍ବାପାଲି ଗ୍ରାମର ଶିଶୁ କଳାକାର କିଷନ ବିର୍ତ୍ତିଆଙ୍କୁ ବଳରାମ ଭୂମିକା ପାଇଁ ଚୟନ କରାଯାଇଥିଲା।

Tags: #BargarhDhanujatra #KishanBirtia #Culture #ShreyanshPujhari #Death #BalaramCharacter

LEAVE A REPLY

Please enter your comment!
Please enter your name here