ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାରଠାରୁ ଚଟ୍ଟୋଗ୍ରାମରେ ଆରମ୍ଭ ହୋଇଛି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍। ଏହି ମ୍ୟାଚର ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଭାରତ ୬ ଉଇକେଟ ହରାଇ ୨୭୮ ରନ୍‌ କରିଛି। ଶ୍ରେୟାସ ଆୟର ୮୨ ରନ କରି ଅପରାଜିତ ଅଛନ୍ତି। ସେହିପରି ଚେତେଶ୍ଵର ପୂଜାରା ୯୦ରନ କରି ଆଉଟ୍ ହୋଇଛନ୍ତି।

ଭାରତୀୟ ଅଧିନାୟକ ଲୋକେଶ ରାହୁଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଶୁଭମନ ଗିଲଙ୍କ ସହିତ ଭଲ ଖେଳ ଆରମ୍ଭ କରିଥିଲେ। ତେବେ ୨୦ ରନ ସ୍କୋର କରିବା ପରେ ଶୁଭମନ ଆଉଟ୍‌ ହୋଇଥିଲେ। ଏହି ସମୟରେ ଦଳର ସ୍କୋର ୪୧ ରନ ଥିଲା। ଗିଲ ଆଉଟ୍‌ ହୋଇ ପାଭିଲିୟନକୁ ଫେରିବାର କିଛି ସମୟ ପରେ ଲୋକେଶ ରାହୁଲ ଏବଂ ବିରାଟ କୋହଲି ମଧ୍ୟ ସହଜରେ ନିଜ ଉଇକେଟ୍‌ ହରାଇ ଥିଲେ। ୪୮ ରନରେ ୩ଟି ଉଇକେଟ ହରାଇବା ପରେ ଭାରତୀୟ ଦଳ ଅସୁବିଧାରେ ପଡ଼ିଥିଲା। ଏହା ପରେ ଋଷଭ ପନ୍ତ ଏବଂ ଚେତେଶ୍ଵର ପୂଜାରା ଭାରତୀୟ ଇନିଂସ ପରିଚାଳନା କରିଥିଲେ। ଉଭୟ ଚତୁର୍ଥ ଉଇକେଟ ପାଇଁ ୬୪ ରନ ଭାଗିଦାରୀ ବାଣ୍ଟିଥିଲେ। ଏହା ପରେ ଋଷଭ ମଧ୍ୟ ୪୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ।

ଏହାପରେ ଶ୍ରେୟସ ଅୟର ବ୍ୟାଟିଂ କରିବାକୁ ଆସି ପୂଜାରାଙ୍କ ସହ ଇନିଂସକୁ ଆଗକୁ ନେଇଥିଲେ।  ଉଭୟ ଚମତ୍କାର ବ୍ୟାଟିଂ କରି ନିଜ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ପୂଜାରା ତାଙ୍କ ଶତକରେ ପହଞ୍ଚିବା ପୂର୍ବରୁ ୯୦ ରନ୍‌ରେ ଆଉଟ୍‌ ହୋଇଥିଲେ। ଏହା ପରେ ଅକ୍ଷର ପଟେଲ ଶ୍ରେୟାସଙ୍କ ସହ ୧୯ ରନ ଯୋଡିଥିଲେ, କିନ୍ତୁ ସେ ଦିନର ଶେଷ ବଲରେ ମଧ୍ୟ ଆଉଟ୍‌ ହୋଇଥିଲେ।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଶ୍ରେୟାସ ଆୟାର ଅପରାଜିତ ରହିଛନ୍ତି। ଏଥିସହିତ ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ ଏବଂ ଉମେଶ ଯାଦବ ଏପର୍ଯ୍ୟନ୍ତ ବ୍ୟାଟିଂ କରିନାହାଁନ୍ତି। ପ୍ରଥମ ଦିନରେ ବାଂଲାଦେଶ ପକ୍ଷରୁ ତାଇଜୁଲ ଇସଲାମ ୩ଟି ଓ ମେହେଦି ହସନ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି।

Tags: #India-BangladeshTest #IndianCricketTeam #KLRahul #CheteswarPujara #278/6 #BCCI #ICCTestChampionship

Comment