ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ମାମଲାର ଶୁଣାଣି କରି ହାଇକୋର୍ଟ ବେଞ୍ଚ୍ସ୍ଥାପନ ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାସହ ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୋଲିସ ଉପସ୍ଥିତି ଏବଂ ୧୫ ପ୍ଲାଟୁନ ଫୋର୍ସ ଥିବା ସତ୍ତ୍ୱେ କିଭଳି ଭଙ୍ଗାରୁଜା ହେଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି

ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ପୋଲିସ ଡିଜି ସୁନୀଲ ବଂଶଲ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାରଙ୍କୁ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ କୋର୍ଟଙ୍କୁ ଆଇଜି ଅବଗତ କରିଥିଲେ 

ଓକିଲଙ୍କ ଆନ୍ଦୋଳନ ଏବଂ ଭଙ୍ଗାରୁଜାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏହା ପୋଲିସର ଚରମ ବିଫଳତା ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ଦାୟିତ୍ୱ। ତେଣୁ ଶାନ୍ତି ଶୃଙ୍ଖଳାର ସହ କୋର୍ଟ କାର୍ଯ୍ୟ ଚାଲିବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି

ଅନ୍ୟପକ୍ଷେ, ଗିରଫଦାରୀ ଓ ଲାଇସେନ୍ସ ସସ୍‌ପେଣ୍ଡ୍‌ ପରେ ନଇଁଲା ପଶ୍ଚିମ ଓଡିଶା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି। ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ଦାବିରେ ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିବାକୁ କମିଟି ନିଷ୍ପତ୍ତି ନେଇଛି। 

Tags: #SupremeCourt #EstablishmentofHighCourtBench #OrissaHighCourt #LawyersStrike

Comment