ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାରଠାରୁ ଚଟ୍ଟୋଗ୍ରାମରେ ଆରମ୍ଭ ହୋଇଛି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍। ମ୍ୟାଚର ଦ୍ଵିତୀୟ  ଦିନ ଭାରତ ୪୦୪ ରନ୍‌ କରି ଅଲଆଉଟ ହୋଇଥିବା ବେଳେ ଖେଳ ଶେଷ ହେବା ବେଳକୁ ବାଂଲାଦେଶ ୮ ୱିକେଟ ବିନିମୟରେ ୧୩୩ ରନ କରିଛି। ମ୍ୟାଚରେ ୨୭୧ରନରେ ପଛୁଆ ରହିଛି ବାଂଲାଦେଶ। ଭାରତ ପକ୍ଷରୁ କୁଲଦୀପ ଯାଦବ ୪ଟି ମହମ୍ମଦ ସିରାଜ ୩ଟି ଲେଖାଏଁ ୱିକେଟ ନେଇଛନ୍ତି।

ଦ୍ଵିତୀୟ ଦିନ ଖେଳା ଅରମ୍ଭରୁ ଶ୍ରେୟସ ଅୟରଙ୍କ ୱିକେଟ ପଡିଥିଲା। ସେ ୧୯୨ଟି ବଲରୁ ୮୬ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଏହାପରେ ରବିଚନ୍ଦ୍ରନ ଅଶ୍ଵିନ ସ୍ଥିତି ସମ୍ଭାଳି ଏକ ଦର୍ଶନୀୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।  ସେ ୫୮ ରନ କରିଥିବା ବେଳେ ଆଉଟ ହୋଇଥିଲେ। ଏହାପରେ  କୁଲଦୀପ ଯାଦବଙ୍କ ୪୦ ରନ ସହାୟତାରେ ଭାରତ ୪୦୪ ରନ କରିବାରେ ସଫଳ ହୋଇଥିଲା।

ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ବାଂଲାଦେଶର ବ୍ୟାଟରମାନେ ଭାରତୀୟ ବୋଲରଙ୍କ ସାମନା କରିପାରିନଥିଲେ। ବିଶେଷକରି କୁଳଦୀପ ଯାଦବ ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବାଂଲାଦେଶର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଯାଦବ ୪ଟି ଓ ସିରାଜ ୩ଟି ୱିକେଟ ନେଇଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହିମ ୨୮ ରନ ଓ ଲିଟନ ଦାସ ୨୪ରନ କରିଥିଲେ। ତେବେ ବାଂଲାଦେଶ ପକ୍ଷରୁ ମେହିଦି ହାସନ ମିରାଜ ୧୬ ରନ କରି ଅପରାଜିତ ଅଛନ୍ତି।

Tags: #India-BangladeshTest #IndianCricketTeam #KLRahul #MohammedSiraj #BCCI #ICCTestChampionship

Comment