ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦ୍ଵିତୀୟ ଭାରତୀୟ ୱିକେଟ୍‌-ରକ୍ଷକ ଭାବେ ସଫଳତା ହାସଲ କଲେ ଋଷଭ ପନ୍ତ
  • ପୂର୍ବରୁ ଏହି ରେକର୍ଡ କରିଥିଲେ ମହେନ୍ଦ୍ର ସିଂହ ଧୋନୀ

ଆନ୍ତର୍ଜାତିକ କ୍ରିକେଟରେ ବୁଧବାର ଋଷଭ ପନ୍ତ ୪୦୦୦ ରନ୍‌ ସଂଗ୍ରହ କରିଛନ୍ତି। ସେ ଦ୍ଵିତୀୟ ଭାରତୀୟ ୱିକେଟ୍‌-ରକ୍ଷକ ଭାବେ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ ଏହି କାରନାମା କରିଥିଲେ। ବୁଧବାର ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍‌ ମ୍ୟାଚର ପ୍ରଥମ ଇନିଂସରେ ଋଷଭ ପନ୍ତ ଏହି କୃତିତ୍ଵ ହାସଲ କରିଛନ୍ତି।

୨୦୧୭ରେ ଆନ୍ତର୍ଜାତିକ କ୍ରିକେଟରେ ପଦ ରଖିଥିବା ଋଷଭ ପନ୍ତ ଏଯାବତ୍‌ ୧୨୮ଟି ମ୍ୟାଚ୍‌ ଖେଳି ୩୩.୭୮ ହାରରେ ୪୦୨୧ ରନ୍‌ ସଂଗ୍ରହ କରିଛନ୍ତି। ଭାରତୀୟ ଟିମ୍‌ର ୱିକେଟ୍‌-କିପର୍‌ ହୋଇ ଥିଲେ ବି ଋଷଭ ୬ଟି ଶତକ ଓ ୧୮ଟି ଅର୍ଦ୍ଧଶତକ ମାରିଛନ୍ତି ଦିନିକିଆ ଓ ଟି-ଟ୍ୱେଣ୍ଟିରେ ତାଙ୍କର ବ୍ୟାଟିଂ ଆଭରେଜ ୧୦୦ ଉପରେ ରହିଛି।

ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚରେ ଋଷଭ ପନ୍ତ ୪୫ଟି ବଲ୍‌ରେ ୨ଟି ଛକା ଓ ୬ଟି ଚୌକା ମାରି ୪୬ ରନ୍‌ ସଂଗ୍ରହ କରିଛନ୍ତି। ମ୍ୟାଚ୍‌ର ପ୍ରାରମ୍ଭରେ ଭାରତୀୟ ଖେଳାଳି ଶୁଭମନ୍‌ ଗିଲ୍‌, କେ.ଏଲ୍‌. ରାହୁଲ୍‌ ଓ ବିରାଟ କୋହଲି ଅଳ୍ପ ସମୟ ବ୍ୟବଧାନରେ ଆଉଟ୍‌ ହୋଇଯିବା ପରେ ଚତୁର୍ଥ ୱିକେଟ୍‌ ପାଇଁ ସେ ଚେତେଶ୍ଵର ପୂଜାରାଙ୍କ ସହିତ ମିଶି ଭାରତ ପାଇଁ ୬୪ ରନର ପାର୍ଟନରସିପ କରିଥି‌ଲେ।

ଋଷଭଙ୍କ ପୂର୍ବରୁ ଆନ୍ତର୍ଜାତିକ କ୍ରିକେଟରେ ମହେନ୍ଦ୍ର ସିଂହ ଧୋନୀ ୫୩୫ଟି ଆନ୍ତର୍ଜାତିକ ମ୍ୟାଚ୍‌ରେ ଧୋନୀ ୧୫ଟି ଶତକ ଓ ୧୦୮ଟି ଅର୍ଦ୍ଧ-ଶତକ ସହିତ ୪୪.୭୪ ହାରରେ ୧୭୦୯୨ ରନ୍‌ ସଂଗ୍ରହ କରିଥିଲେ।

tags: #Rishabhpant #4000runs #Internationalcricket #2ndIndianWicketkeeper #MS Dhoni

 

Comment