ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୨୦୨୪ ପୂର୍ବରୁ ସାଧାରଣ ନିର୍ବାଚନ ହେବ ବୋଲି ଏବେ ଚର୍ଚ୍ଚା ଚାଲିଛି। ଏହି ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଆଗୁଆ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ।

କଂଗ୍ରେସ ବିଧାୟକ କହିଛନ୍ତି ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ନିଜ ସଙ୍ଗଠନକୁ ଆହୁରି ମଜବୁତ କରୁଛି। ଆମେ ବି ପଛରେ ନାହୁଁ। ୨୦୨୪ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ପ୍ରଦର୍ଶନ ଭଲ ରହିବ। ଏଥର ୮୦ ପ୍ରତିଶତ ନୂଆ ମୁହଁ ସାମିଲ ହେବେ। ଯୁବପିଢ଼ିଙ୍କୁ ଏଥର ଗୁରୁତ୍ଵ ଦିଆଯିବ, କାରଣ ୟଙ୍ଗପିଲା ଭଲ ଫୁଟବଲ ଏବଂ ହ୍ୟାଣ୍ଡବଲ ଖେଳି ପାରନ୍ତି ବୋଲି କହିଛନ୍ତି ତାରା ବାହିନୀପତି।

Tags: #Politics #OdishaPolitics #TaraPrasadBahinipati #Congress #OdishaElection

Comment