ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧରେ ଆରମ୍ଭ ହୋଇଛି ଷଷ୍ଠ ଗଡ଼ଜାତ ଲୋକ ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳା। ବୌଦ୍ଧ ଜିଲ୍ଲା ବୀରନରସିଂହପୁର ହାଇସ୍କୁଲ ପଡ଼ିଆଠାରେ ଗଡ଼ଜାତ ସାଂସ୍କୃତିକ ପରିଷଦ ପକ୍ଷରୁ ଏହି ଉତ୍ସବର ଉଦଘାଟନ କରାଯାଇଛି।

ବୀରନରସିଂହପୁର ସୁବର୍ଣ୍ଣେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ବାହାରି ମହୋତ୍ସବ ପଡ଼ିଆରେ ପହଞ୍ଚି ଥିଲା। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଷଷ୍ଠ ଗଡ଼ଜାତ ଲୋକମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳାକୁ ଉଦଘାଟନ କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର ଓ ଗଡ଼ଜାତ ମହୋତ୍ସବ ସଭାପତି ବିଶ୍ୱଜିତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

୬ ବର୍ଷ ଧରି ଚାଲି ଆସୁଥିବା ଏହି ଲୋକ ମହୋତ୍ସବ ବୌଦ୍ଧ ଜିଲ୍ଲାର କଳା ସଂସ୍କୃତି ଏବଂ କଳାକାରଙ୍କ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ଉତ୍ତମ ମଞ୍ଚ ପାଲଟିଛି। ଏହି ମହୋତ୍ସବ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇ ୫ ଦିନ ପର୍ଯ୍ୟନ୍ତ ଚାଲିବ। ଉଦଘାଟନୀ ଦିନ ଘୁଡୁକା ନୃତ୍ୟ ଓ ଦଣ୍ଡ ନୃତ୍ୟ ପରିବେଷଣ କରିଥିଲେ ସ୍ଥାନୀୟ କଳାକାର। ସାଂସ୍କୃତି କାର୍ଯ୍ୟକ୍ରମରେ ମୁଖରିତ ହୋଇଉଠିଥିଲା ସମ୍ପୂର୍ଣ୍ଣ ପରିବେଷଣ।

Tags: #Boudh #GadajataLokaMahostav #Tradition #Culture #PallishreeMela

Comment