ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାରଠାରୁ ଚଟ୍ଟୋଗ୍ରାମରେ ଆରମ୍ଭ ହୋଇଛି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍। ମ୍ୟାଚର ତୃତୀୟ ଦିନ ବାଂଲାଦେଶ ୧୫୦ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଫଳରେ ଭାରତ ପ୍ରଥମ ଇନିଂସରେ ୨୫୧ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ଭାରତର ୪୦୪ର ଜବାବରେ ବାଂଲାଦେଶର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତକୁ ଫଲୋଅନ୍‌ କରିବାର ସୁଯୋଗ ମିଳିଥିଲା, କିନ୍ତୁ ଟିମ ଇଣ୍ଡିଆ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଭାରତ ନିଜର ଦ୍ଵିତୀୟ ଇନିଂସରେ ୨ ୱିକେଟ ବିନିମୟରେ ୨୫୮ ରନ କରି ପାଳି ଘୋଷଣା କରିଥିଲା। ଭାରତ ପକ୍ଷରୁ ଶୁଭମନ ଗିଲ ୧୧୦ ରନ କରିଥିବାବେଳେ, ଚେତେଶ୍ଵର ପୂଜାରା ୧୦୨ ରନ କରିଥିଲେ। ଶୁଭମନ ଗିଲ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳି ଶତକ ହାସଲ କରିଛନ୍ତି। ଭାରତ ବାଂଲାଦେଶ ଆଗରେ ୫୧୩ ରନର ବିଜୟ ଲକ୍ଷ୍ୟ ରଖିଛି।

ଭାରତ ପାଳି ଘୋଷଣା କଲାପରେ ବାଂଲାଦେଶ ନିଜର ଶେଷ ଇନିଂସ ଖେଳିବାକୁ ପଡ଼ିଆକୁ ଆସିଥିଲା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ କିଛି ୱିକେଟ ନ ହରାଇ ୪୨ ରନ କରିଛି। ଦଳ ପକ୍ଷରୁ ନଜମୁଲ୍ ହସନ ସନ୍ତୋ ଓ ଜାକିର ହସନ ଅପରାଜିତ ରହିଛନ୍ତି। ତେବେ ଶନିବାର ଭାରତ ବାଂଲାଦେଶକୁ ଅଲଆଉଟ କରି ମ୍ୟାଚ୍ ହତେଇବା ଲକ୍ଷ୍ୟରେ ପଡ଼ିଆକୁ ଆସିବ।

Tags: #India-BangladeshTest #IndianCricketTeam #KLRahul #SubhmanGill #513runtarget #BCCI #ICCTestChampionship

Comment