ଓଡ଼ିଶାଲାଇଭ ବ୍ୟୁରୋ

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ମଙ୍ଗଳବାର ସକାଳେ ଜେଲ ପରିସର ମଧ୍ୟରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ବୁଧବାର ଦିନ ବ୍ୟବଚ୍ଛେଦ ପରେ ଗୋବିନ୍ଦ ସାହୁଙ୍କ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପ୍ରଥମେ ମୃତଦେହକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ ମୃତ ଗୋବିନ୍ଦା ସାହୁଙ୍କ ସମ୍ପର୍କୀୟ। ସେ କହିଥିଲେ ଆମେ ମେଡିକାଲରୁ ଶବ ନେବୁ ନାହିଁ, ପୋଲିସ ମହାଲିଙ୍ଗ ଯାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରୁ। ଏହାକୁ ନେଇ ଦ୍ଵନ୍ଦ୍ଵରେ ପଡ଼ିଯାଇଥିଲା ପୋଲିସ୍। ଶେଷରେ ଗୋବିନ୍ଦା ସାହୁଙ୍କ ଝିଅଙ୍କୁ ଶବ ହସ୍ତାନ୍ତର କରାଯାଇଛି।

ମଙ୍ଗଳବାର ଦିନ ବିଚାରାଧୀନ କଏଦୀ ଭାବେ କଣ୍ଟାବାଞ୍ଜି ଉପକାରାଗାରରେ ରହିଥିବାର ଗୋବିନ୍ଦ ସାହୁଙ୍କର ହାଜତ ପରିସରରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିଛି। ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ବିରୋଧୀ ଅଭିଯୋଗ କରିବା ସହ ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି। ଏବେ ଅପେକ୍ଷା  ବ୍ୟବଚ୍ଛେଦ ରିପୋର୍ଟକୁ।

Tags: #GobindaSahoo #UnnaturalDeath #Balangir #KanjabanjhiSubJail #Postmortem #DeadBody

LEAVE A REPLY

Please enter your comment!
Please enter your name here