ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଜୟପୁର ରାଜ ପରିବାରର ଶେଷ ରାଣୀ ରାଜମାତା ରମା କୁମାରୀ ଦେବୀଙ୍କର ପରଲୋକ ହୋଇଛି। ରବିବାର ବିଳମ୍ବିତ ରାତିରେ ଜୟପୁରସ୍ଥିତ ମୋତି ମହଲଠାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଶେଷ ରାଣୀଙ୍କ ଶେଷ ଦର୍ଶନ ନିମନ୍ତେ ରାଜ ପ୍ରାସାଦରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସମାଗମ ହୋଇଛି।

ରାଜବଂଶର ରୀତିନୀତି ଏବଂ ପରମ୍ପରା ଅନୁଯାୟୀ ରାଜମାତା ରାମା କୁମାରୀ ଦେବୀଙ୍କର ଅନ୍ତିମ ସଂସ୍କାର କରାଯିବ। ଜୟପୁର ସହରର ଚନ୍ଦନବାଡ଼ ସ୍ଥିତ ରାଜ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ। ସ୍ଵର୍ଗତ ରାଣୀଙ୍କ ନିକଟରେ ସାନ ବୋହୂ ସାରିକା ଦେବୀ ଏବଂ ନାତି ଚନ୍ଦ୍ରଚୂଡ଼ ଦେବ ଉପସ୍ଥିତ ଅଛନ୍ତି।

ରାଜମାତା ରମା କୁମାରୀ ଦେବୀ ହେଉଛନ୍ତି ଜୟପୁର ରାଜ ପ୍ରସାଦର ଶେଷ ରାଜା ରାମକୃଷ୍ଣ ଦେଓଙ୍କ ପତ୍ନୀ। ରାମକୃଷ୍ଣ ଦେଓ ହେଉଛନ୍ତି ମହାରାଜା ବିକ୍ରମ ଦେବ ବର୍ମାଙ୍କ ପୁତ୍ର। ମହାରାଜା ବିକ୍ରମ ଦେବଙ୍କର କୌଣସି ପୁତ୍ର ସନ୍ତାନ ନଥିବାରୁ ରାଜା ରାମକୃଷ୍ଣ ଦେଓଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ରାଜା ରାମକୃଷ୍ଣ ଦେଓ ମାତ୍ର ଦୁଇ ଦିନ ପାଇଁ ଜୟପୁରରେ ରାଜା ଥିଲେ। ରାଣୀ ରମା କୁମାରୀ ଦେବୀ ଆନ୍ଧ୍ରପ୍ରଦେଶ ରାଜ୍ୟ ମଡ଼ଗୁଲର ବିଧାୟିକା ଥିଲେ।

Tags: #JeypureQueen #RajamataRamaKumariDevi #MotiPalace #LastQueenofMotiPalace

Comment