ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ଵକପ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି ହ୍ଵାଟ୍ସଆପ୍ ନମ୍ବର। ଭୁବନେଶ୍ୱରରେ ହକି ପ୍ରଶଂସକ ତଥା ବାହାରୁ ଆସୁଥିବା ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ହେଲ୍ପଲାଇନ ନମ୍ବରର ବ୍ୟବସ୍ଥା କରାଯାଇଛି। ବୁଧବାର ଡେପୁଟି କମିଶନର ପ୍ରତୀକ ସିଂହ ୭୩୭୭୭୭୦୦୭୦ ବିଶିଷ୍ଟ ଏହି ହ୍ଵାଟ୍ସଆପ୍ ନମ୍ବର ଜାରି କରିଛନ୍ତି।

ହକି ବିଶ୍ଵକପ୍ ସମ୍ବନ୍ଧୀୟ ଏବଂ ଟ୍ରାଫିକର ସୂଚନା ଏହି ହ୍ଵାଟ୍ସଆପ୍ ନମ୍ବର ମାଧ୍ୟମରେ ମିଳିପାରିବ। ଲୋକମାନେ ଏହି ନମ୍ବରରେ ମେସେଜ କରି ନିଜର ଆବଶ୍ୟକତା ଅନୁସାରେ ବିଭିନ୍ନ ସୂଚନା ପାଇପାରିବେ।

“ଆମେ ଏକ ହ୍ଵାଟ୍ସଆପ୍ ହେଲ୍ପଲାଇନ ନମ୍ବର ଲଞ୍ଚ କରିଛୁ, ଯାହା ବିଶ୍ୱକପ୍ ସମୟରେ ଦିନରାତି ସହାୟତା ପ୍ରଦାନ କରିବ। ବିଶ୍ଵକପ୍ ସମୟରେ ଷ୍ଟାଡିୟମରେ କିପରି ପହଞ୍ଚିବେ, କେଉଁଠାରେ ଗାଡି ପାର୍କିଂ କରିବେ, ଟିକେଟ୍ ସମ୍ବନ୍ଧୀୟ ସୂଚନା ଏବଂ ଅନ୍ୟାନ୍ୟ ବିଷୟରେ ଲୋକମାନେ ଏହି ହ୍ଵାଟ୍ସଆପ୍ ନମ୍ବର ଜରିଆରେ ସୂଚନା ପାଇପରିବେ। ଲୋକମାନଙ୍କୁ ସହାୟତା ଦେବାପାଇଁ ଏହି ନମ୍ବର ୨୪ ଘଣ୍ଟା କାର୍ଯ୍ୟ କରିବ”,କହିଛନ୍ତି ଡିସିପି ପ୍ରତୀକ ସିଂହ।

ଜାନୁଆରି ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ୨୦୨୩ ପୁରୁଷ ହକି ବିଶ୍ଵକପ୍। ଏହି ମେଗା ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ବିଶ୍ଵକପ୍ ସମୟରେ ଭୁବନେଶ୍ୱର ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିବା ପାଇଁ ମୋଟ ୨୦ ପ୍ଲାଟୁନ ଫୋର୍ସ ମୃତୟନ ହେବେ।

Tags: #CommissioneratePolice #Bhubaneswar #NewwhatsappNumber #Launched #HockeyWorldCup #Odisha

Comment