ଓଡ଼ିଶାଲାଇଭ୍ ବ୍ୟୁରୋ

ସିଲଭର ସିଟି କଟକ ବାରବାଟୀ ଷ୍ଟାଡିୟମରେ ହକି ପୁରୁଷ ବିଶ୍ଵକପ ୨୦୨୩ର ଉଦଘାଟନୀ ଉତ୍ସବ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ। ଉଦଘାଟନୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୨୦୦ ପୋଲିସ ଅଧିକାରୀ। ଏ ନେଇ ଶନିବାର ଦିନ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

ହକି ବଶ୍ଵକପର ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ଆସୁଥିବା କଳାକାରଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଟ୍ରାଫିକ୍ ପରିଚାଳନା ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି। ବାଲିଯାତ୍ରା ତଳ ପଡ଼ିଆ ଏବଂ ବିଭିନ୍ନ ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ଉଦଘାଟନୀ ଉତ୍ସବ ଦିନ ବାରବାଟୀ ଷ୍ଟାଡିୟମ ଭିତରକୁ ୨ଟା ୩୦ରୁ ପ୍ରବେଶ ପାଇଁ ଅନୁମତି ରହିଛି। ଷ୍ଟାଡିୟମ ଭିତରକୁ ଖାଦ୍ୟ ଏବଂ ପାଣି ବୋତଲ ନେବାକୁ ଦର୍ଶକଙ୍କୁ ବାରଣ କରାଯାଇଥିବା ଡିସିପି ପିନାକ ମିଶ୍ର ସୂଚନା କହିଛନ୍ତି।

Tags: #HockeyWorldCup2023 #InauguralSeason #CommissioneratePolice #CuttackDCP #PinakMishra

Comment