ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ର। ଧନୁଯାତ୍ରାରେ ଭଗବାନ, ମୁନିଋଷି ଏବଂ ସାଧାରଣ ଜନତାଙ୍କ ପ୍ରତି କରିଥିବା ଅନ୍ୟାୟ ଏବଂ ଅତ୍ୟାଚାରର ପ୍ରାୟଶ୍ଚିତ କରିବା ଲାଗି ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି ବିଶ୍ଵସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜା ହୋଇଥିବା ହୃଷିକେଶ ଭୋଇ।

ଗତ ୧୧ ଦିନ ଧରି ବରଗଡ଼ରେ ଚାଲିଥିଲା ବରଗଡ଼ ଧନୁଯାତ୍ରା। ଧନୁଯାତ୍ରା ଶେଷ ହେବା ପରେ ଶନିବାର ଦିନ ମହାରାଜା କଂସ ଚରିତ୍ରରେ ଅଭିନୟ କରିଥିବା ହୃଷିକଶ ଭୋଇ ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।

କଂସ ଭୂମିକାରେ ଅଭିନୟ କରି ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ କଟୁ କଥା କହିବା ସହ ମାରିବା ପାଇଁ ଉଦ୍ୟମ କରି ମହାପାପ କରିଥିବାରୁ ଶ୍ରୀକ୍ଷେତ୍ର ଆସି ନିଜ ଭୁଲର ପ୍ରାୟଶ୍ଚିତ କରିଛନ୍ତି ହୃଷିକେଶ ଭୋଇ। ହୃଷିକେଶ ଭୋଇ ପ୍ରଥମେ ଗୋବର୍ଦ୍ଧନ ମଠ ଯାଇ ସେଠାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ସହ କ୍ଷମପ୍ରାର୍ଥନା କରିଥିଲେ। ପରେ ସେ ମହୋଦଧିରେ ସ୍ନାନ କରି ପଇତା ବିଷର୍ଜନ କରିଥିଲେ। ଏହା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କରିଛନ୍ତି।

ଅନ୍ୟୟ ଉପରେ ନ୍ୟାୟର ବିଜୟ ହୋଇଛି। ସତ୍ୟର ଜୟ ହୋଇ ଅଧର୍ମର ବିନାଶ ହୋଇଛି। କଂସ ଭୂମିକାରେ ଅଭିନୟ କରି ମହାପ୍ରଭୁ ଶ୍ରୀ କୃଷ୍ଣଙ୍କ ପ୍ରତି କଟୁ କଥା କହିବା ସହ ଯେଉଁମାନେ ଶ୍ରୀକୃଷ୍ଣଙ୍କ ନାମ ଏବଂ ଶ୍ରୀ ଜଗନ୍ନାଥଙ୍କ ନାମ ନେଉଥିଲେ ସେମାନଙ୍କୁ ଦଣ୍ଡିତ କରୁଥିଲେ। ତେଣୁ ଏହି ପାପର ପ୍ରାୟଶ୍ଚିତ କରିବାକୁ ବରଗଡ଼ରୁ ଶ୍ରୀକ୍ଷେତ୍ର ଆସିଥିବା କହିଛନ୍ତି ହୃଷିକେଶ ଭୋଇ।

Tags: #WorldFamousBargarhDahnujatra #KansaMaharaj #HrushikeshBhoi #ShreeKhetraPuri

Comment