ଓଡ଼ିଶାଲାଇଭ୍ ବ୍ୟୁରୋ

ଭକ୍ତଙ୍କ ଲାଗି ବୁଧବାରଠାରୁ ଖୋଲିଲା ଧବଳେଶ୍ୱର ପୀଠ। ଆଜିଠାରୁ ସର୍ବସାଧାଣ ମନ୍ଦିରକୁ ଯାଇ ଦର୍ଶନ କରିବା ଲାଗି ଅନୁମତି ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ। ଧବଳେଶ୍ୱରଙ୍କ ପୀଠକୁ ଯିବା ଲାଗି ରହିଥିବା ଝୁଲାପୋଲ ଅସୁରକ୍ଷିତ ହୋଇପଡ଼ିଥିବାରୁ ଏହି ବାଟ ଦେଇ ଯାତାୟତ ବନ୍ଦ କରାଯାଇଥିଲା। ଏହା ସହ ଗତ ୨୦୨୨ ନଭେମ୍ବର ୧ ତାରିଖଠାରୁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରାଯାଇଥିଲା।

ଭକ୍ତଙ୍କ ଦାବି ପରେ ଆସନ୍ତା ମକର ସକ୍ରାନ୍ତିଠାରୁ ପୀଠ ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣାଧୀନ ଅସ୍ଥାୟୀ ରାସ୍ତା କାମ ସରିଥିବାରୁ ଏହି ରାସ୍ତାରେ ଯାଇ ଭକ୍ତ ପୀଠରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିଛି।

ଗତ ବର୍ଷ ନଭେମ୍ବର ୧ ତାରିଖଠାରୁ ବାବା ଧବଳେଶ୍ୱରଙ୍କ ପୀଠ ଦର୍ଶନ ବନ୍ଦ ରହିଥିଲା। ଏଲଇଡି ସ୍କ୍ରିନ ମାଧ୍ୟମରେ ଭକ୍ତ ବାବାଙ୍କ ଦର୍ଶନ କରୁଥିଲେ। କିନ୍ତୁ ପୀଠ ଦର୍ଶନ ପାଇଁ ବାରମ୍ବାର ବିଭିନ୍ନ ସଂଗଠନ ସହ ପୂଜକ ସମାଜ ପକ୍ଷରୁ ଦାବି କରାଯିବା ପରେ ଆଜିଠାରୁ ପୀଠରେ ଯାଇ ବାବାଙ୍କ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

Tags: #Athagarh #BabaDhabaleshwarTempleReopen #Devotees

Comment