ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିବ ଆନ୍ଧ୍ରପ୍ରଦେଶର ରାଜଧାନୀର ନାଁ। ଏଣିକି ବିଶାଖାପାଟଣାକୁ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ଭାବେ ସମସ୍ତେ ଜାଣିବେ। ମଙ୍ଗଳବାର ଦିନ ବିଶାଖାପାଣାକୁ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ଭାବେ ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ ଜଗନ ମୋହନ ରେଡ୍ଡୀ। ଦିଲ୍ଲୀଠାରେ ଆୟୋଜିତ ଅନ୍ତର୍ଜାତୀୟ ନିବେଶକ ସମ୍ମିଳନୀରେ ଜଗନ ମୋହନ ରେଡ୍ଡୀ ଏହି ଘୋଷଣା କରିଛନ୍ତି। ଅମରାବତୀ ପରିବର୍ତ୍ତେ ଏବେ ବିଶାଖାପାଟଣା ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବେ ପରିଚିତ ହେବ।

ଏହି ଅବସରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ବିଶାଖାପାଟଣା ଆସିବାକୁ ଆମନ୍ତ୍ରଣ କରିଥିଲେ। ସେ କହିଥିଲେ ଯେ, ଆଗକୁ ବିଶାଖାପାଟଣା ଆନ୍ଧ୍ରପ୍ରଦେଶର ରାଜଧାନୀ ହେବାକୁ ଯାଉଛି। ବିଶାଖାପାଟଣାଠାରୁ ଏବେ ରାଜନୀତି ଚାଲିବ। ଆସନ୍ତା ମାର୍ଚ୍ଚ ୩ ଏବଂ ୪ ତାରିଖରେ ବିଶାଖାପାଟଣାରେ ବିଶ୍ଵ ନିବେଶ ସମ୍ମିଳନୀର ଆୟୋଜନ କରାଯିବ। କିଛି ମାସ ମଧ୍ୟରେ ସେ ବିଶାଖାପାଟଣାକୁ ଆସିଯିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।

Tags: #Politics #AndhraPradeshPolitics #YSJaganMohanReddy #CapitalCity #Vishakhapatnam

LEAVE A REPLY

Please enter your comment!
Please enter your name here