ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଖୁବ୍ ଶୀଘ୍ର ବଦଳିବାକୁ ଯାଉଛି ଆନ୍ଧ୍ରପ୍ରଦେଶ ରାଜଧାନୀର ନାଁ। ପୂର୍ବରୁ ଅମରାବତୀକୁ ରାଜଧାନୀ କରିବାକୁ ଦାବି ଜୋର ଧରିଥିବାବେଳେ ଏବେ ଆଉ ଏକ ସହରର ନାଁ ଉପରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଦକ୍ଷିଣ ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ରାଜଧାନୀ ଏଣିକି ବିଶାଖାପାଟଣା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରାଜଧାନୀ ପାଇଁ ବିଶାଖାପାଟଣାରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି।

ଆନ୍ଧ୍ରପ୍ରଦେଶ ପାଇଁ ନୂଆ ରାଜଧାନୀ ଘୋଷଣା ହେବାର ୯ ବର୍ଷ ପରେ ଏହି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ତେଲଙ୍ଗାନାଠାରୁ ଅଲଗା ହେବା ପରେ ହାଇଦ୍ରାବାଦ ଉଭୟ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ରାଜଧାନୀ ଥିଲା। କିନ୍ତୁ ୧୦ ବର୍ଷ ପୂରଣ କରିବା ପୂର୍ବରୁ ଉଭୟ ରାଜ୍ୟକୁ ନିଜ ନି ରାଜଧାନୀର ନାଁ ଘୋଷଣା କରିବାର ଥିଲା। ଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶାଖାପାଟଣା ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବୋଲି ଜଗନ ମୋହନ ରେଡ୍ଡୀ ଘୋଷଣା କରିବା ସହ ସେଠାରେ ଉପସ୍ଥିତ ସମସ୍ଥଙ୍କୁ ବିଶାଖାପାଟଣା ଆସବାକୁ ନମନ୍ତ୍ରଣ କରିଥିଲେ।

ସେ କହିଥିଲେ ଭବିଷ୍ୟତରେ ଏହି ସହର ଆମର ରାଜଧାନୀ ହେବାକୁ ଯାଉଛି। ମୁଁ ନିଜେ ମଧ୍ୟ ଆଗାମୀ କିଛି ମାସ ମଧ୍ୟରେ ବିଶାଖାପାଟଣାକୁ ଆସିଯାଉଛି। ଆସନ୍ତା ମାର୍ଚ୍ଚ ୩ ଓ ୪ ତାରିଖରେ ବିଶାଖାପାଟଣାଠଶରେ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଯୋଗ ଦେବାକୁ କହିବା ବିଦେଶୀ ଏବଂ ଘରୋଇ ନିବେଶକଙ୍କୁ ଆନ୍ଧ୍ରପ୍ରଦେଶରେ ନିବେଶ କରିବା ଲାଗି ପ୍ରସ୍ତାବ ଦେଇଥିଲେ।

ଏପଟେ ବିଶାଖାପାଟଣାକୁ ରାଜଧାନୀ କରିବାକୁ ଘୋଷଣା ହେବା ପରେ ରାଜ୍ୟର ରାଜନୈତିକ ପରିବେଶ ବେଶ ସରଗରମ ହୋଇଉଠିଛି। ବିଧାନସଭାଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ ସ୍ଥାନର ଅଭାବ ରହିଥିବାରୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି। ଆଗାମୀ ମାର୍ଚ୍ଚ ୩ ତାରିଖରେ ବିଶାଖାପାଟଣାକୁ ବିଧିବଦ୍ଧ ଭାବେ ରାଜଧାନୀ ଘୋଷଣା କରିବାକୁ ଯୋଜନା ଥିବାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

Tags: #Politics #AndhraPradeshPolitics #Vishakhapatnam #CapitalCity #YSJaganMohanReddy

LEAVE A REPLY

Please enter your comment!
Please enter your name here