ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶ କାକିନାଡ଼ ଜିଲ୍ଲା ପେଦାପୁରମ ପଞ୍ଚାୟତର ରାଗମପେଟାଠାରେ ଥିବା ଏକ ଘରୋଇ ତେଲ କାରଖାନାରେ ଗୁରୁବାର ଦିନ ବଡ଼ ଧରଣର ଅଘଟଣ ଘଟିଯାଇଛି। ତେଲ ଟାଙ୍କି ସଫା କରୁଥିବାବେଳେ ୭ ଜଣ ଶ୍ରମିକଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି।

ଗୁରୁବାର ସକାଳେ ଦୁଇଜଣ ଶ୍ରମିକ ଅମ୍ବାତି ସବାନ୍ନା ତୈଳ କାରଖାନାରେ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ତେଲ ଟାଙ୍କି ସଫା କରୁଥିଲେ। ଦୁର୍ଘଟଣାବଶତଃ ସେମାନଙ୍କ ମଧ୍ୟରୁ ଜଣେ ସିଡ଼ିରୁ ଖସିପଡ଼ି ଟାଙ୍କିରେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ଥିବା ଅନ୍ୟ ୭ ଜଣ ତାଙ୍କୁ ଉଦ୍ଧାର କରିବା ଲାଗି ଟାଙ୍କି ଭିତରକୁ ଯାଇଥିଲେ। କିନ୍ତୁ ଶ୍ୱାସରୁଦ୍ଧ ହେବା କାରଣରୁ ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ହୋଇଥିବା କାକିନଡ଼ା ପୋଲିସ ସୂଚନା ଦେଇଛି।

ମୃତ ଶ୍ରମିକଙ୍କ ମଧ୍ୟରୁ ୫ ଜଣ ବିଶାଖାପାଟଣା ଜିଲ୍ଲାର ପାଡେରୁ ଓ ୨ ଜଣ ପେଡାପୁରାମ ଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହି ଦୁଃଖଦ ଖବର ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଦୁର୍ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Tags: #OilFactoryAccident #OilFactory #AndhraPradesh #PoliceInvestigation

LEAVE A REPLY

Please enter your comment!
Please enter your name here